Tuesday , August 9 2022
Breaking News
Home / ନିର୍ବାଚନ / ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ୟ୍ୟାୟ ମତଦାନ ୭୦ ପ୍ରତିଶତ, ଦ୍ବିତୀୟ ପର୍ୟ୍ୟାୟ ମତଦାନ ଶୁକ୍ରବାର

ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ୟ୍ୟାୟ ମତଦାନ ୭୦ ପ୍ରତିଶତ, ଦ୍ବିତୀୟ ପର୍ୟ୍ୟାୟ ମତଦାନ ଶୁକ୍ରବାର

ଭୁବନେଶ୍ୱର , ୧୭/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଦିନ ପ୍ରଥମ ପର୍ୟ୍ୟାୟ ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ଟି ବୁଥ୍ରେ ମତଦାନ ହୋଇଥିବା ବେଳେ ପ୍ରାୟ ୭୦% ମତଦାତା ଭୋଟ୍ ଦେଇଛନ୍ତି। ତିନିଟି ଜିଲ୍ଲା ଯାଜପୁର, ପୁରୀ, ଢେଙ୍କାନାଳର ମୋଟ୍ ୧୮ଟି ବୁଥ୍ କୁ ଛାଡ଼ି ବାକି ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ ଏବେ ବାଲାଟ୍ ବକ୍ସ ଭିତରେ ରେ ସିଲ ହୋଇ ରହିଛି। ଚଳିତ ଥର ବ୍ଲକ ମୁଖ୍ୟାଳୟରେ ଗଣତି ହେବାକୁ ଥିବାରୁ ଫେବ୍ରୁଆରି ୨୬ ପରେ ହିଁ ଫଳାଫଳ ଜଣାପଡ଼ିବ।ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ବୁଧବାର ଦିନ ମତଦାତାଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ସବୁ ବୁଥ୍ରେ ମତଦାତାମାନେ ସକାଳୁ ଲମ୍ବା ଧାଡ଼ି ଲଗାଇଥିଲେ। ବାଲାଟ୍ ପେପରରେ ଭୋଟ୍ ହେଉଥିବାରୁ ଭୋଟ୍ ଦେବା ପାଇଁ ମତଦାତାଙ୍କୁ ଅଧିକ ସମୟ ଲାଗୁଥିଲା। ଯେଉଁଥିପାଇଁ ଅଧିକାଂଶ ବୁଥ୍ରେ ଲୋକ କୋଭିଡ କଟକଣା ନମାନି ଧାଡ଼ିରେ ଛିଡ଼ା ହୋଇଥିଲେ। ଏପରିକି ୬୭ଲକ୍ଷ ୫୧ହଜାରରୁ ଅଧିକ ଭୋଟର ଭୋଟ୍ ଦେବାକୁ ଥିବାବେଳେ ମାତ୍ର ୭୦% ଭୋଟିଂ ହେବା ଚିନ୍ତା ଜନକ । ଆଗାମୀ ଦିନରେ ମତଦାତାଙ୍କ ହାର ବଢ଼ିବ ବୋଲି ରାଜ୍ୟ ନିର୍ବାଚନ କମିସନର୍ ଆଶାବାଦି ଅଛନ୍ତି।
ବୁଧବାର ଦିନ ୧ମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସଂଧ୍ୟା ସୁଦ୍ଧା ସମସ୍ତ ବୁଥ୍ ରୁ ଭୋଟ୍ ବାକ୍ସ, ବଳକା ବାଲାଟ୍ ପେପର ଆଦି ସଂଗ୍ରହ କରାଯାଇ ଷ୍ଟ୍ରଙ୍ଗରୁମ୍ କୁ ପଠାଯାଇଛି। ଏଥର ପ୍ରଥମ କରି ବ୍ଲକ ମୁଖ୍ୟାଳୟରେ ଭୋଟ୍ ଗଣତି ହେବାକୁ ଥିବାରୁ ସବୁ ବାଲାଟ୍ ବକ୍ସ ଯେପରି ନିରାପଦର ସହ ଷ୍ଟ୍ରଙ୍ଗରୁମ୍ ରେ ପହଞ୍ଚିବ ସେନେଇ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବ୍ୟବସ୍ଥା କରିଥିଲେ। କିଛି କିଛି ସ୍ଥାନରେ ସଂଧ୍ୟା ପରେ ବି ଭୋଟ୍ ବାକ୍ସ ଷ୍ଟ୍ରଙ୍ଗରୁମ୍ କୁ ଆସୁଥିବା ଦେଖିବାକୁ ମିଳିଥିଲା।
ଅପରପକ୍ଷେ ଦ୍ବିତୀୟ ପର୍ୟ୍ୟାୟ ମତଦାନ ପାଇଁ ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୧୮ତାରିଖରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ବୁଧବାର ସଂଧ୍ୟା ୭ଟାରୁ ପ୍ରଚାର ବନ୍ଦ କରାଯାଇଛି। ବାହାର ନିର୍ବାଚନମଣ୍ଡଳୀର ରାଜନେତାଙ୍କୁ ନିର୍ବାଚନମଣ୍ଡଳୀ ବାହାରକୁ ବିଦା କରାଯାଇଛି। ଯେପରି ଟଙ୍କା, ମଦ ଆଦି ବଣ୍ଟା ନହୁଏ ସେନେଇ ନଜର ରଖିବାକୁ ରାଜ୍ୟ ନିର୍ବାଚନ କମିସନର୍ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟ ପର୍ୟ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନ୍, ୧୫୧୪ଟି ଗ୍ରାମପଞ୍ଚାୟତ ପାଇଁ ୨୦୪୩୬ଟି ବୁଥ୍ରେ ମତଦାନ ହେବ। ଏହି ପର୍ୟ୍ୟାୟରେ ୬୨ଲକ୍ଷ ୧୦ହଜାର ୯୩୮ଜଣ ମତଦାତା ଅଛନ୍ତି।
ପ୍ରଥମ ପର୍ୟ୍ୟାୟ ନିର୍ବାଚନ ବେଳେ କିଛି ବୁଥ୍ରେ ଉତ୍ତେଜନା ଦେଖାଦେଇଥିବାରୁ ଏବଂ କିଛି ଅବ୍ୟବସ୍ଥା ଦେଖାଦେଇଥିବାରୁ ଦ୍ବିତୀୟ ପର୍ୟ୍ୟାୟରେ ଏହା ଯେପରି ପୁନରାବୃତ୍ତି ନହେବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିସନର୍ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ପଞ୍ଚାୟତ ଭୋଟ୍ । ଭୋଟ୍ ପରିଚଳାନା ପାଇଁ ବୁଥ୍ ଅଭିମୁଖେ ପୁଲିଂ ପାର୍ଟି ବାହାରିଛନ୍ତି। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।
ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟରେ ୩୦ ଜିଲ୍ଲାର ୬୮ ଟି ବ୍ଲକ୍ ର ୧୮୬ ଜିଲ୍ଲା ପରିଷଦ ଜୋନ୍ ରେ ମତଦାନ ହେବ। ଦ୍ବିତୀୟ ପର୍ୟ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ମତଦାତା ମତଦାନ ସବ୍ୟସ୍ତ କରିବେ। ମତଦାନ ପାଇଁ ମୋଟ ୧୦ହଜାର ୪୩୬ ପୋଲିଂ ବୁଥ୍ କରାଯାଇଛି । ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ମତଦାନ ହେବ। ଭୋଟ୍ ପୂର୍ବରୁ ଅନ୍ଧାରୀ ବିଜେର ନଜିର୍ ପୂର୍ବରୁ ଥିବାରୁ ଜିଲ୍ଲାପାଳମାନେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଧାରୀ ବିଜେ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯଇଛି ।
ଏପରିକି ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ପାଟ୍ରୋଲିଂ, କଡ଼ାକଡ଼ି କରିବାକୁ କୁହାଯାଇଛି। ଅର୍ଥ କାରବାର, ମଦ ବିତରଣ ଆଦି ରୋକିବାକୁ କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.