ସାଲେପୁର,୧୭/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ବାଲିସାହି ପଞ୍ଚାୟତ ରେ ଜନୈକ ସରପଞ୍ଚ ପ୍ରାର୍ଥୀ ଙ୍କ ନିର୍ବାଚନୀ ରାଲି ରେ ସ୍ଥାନୀୟ ରାଘଵପୁର ଗ୍ରାମରେ ରହୁଥିବା ଭଜି ସାମଲ ମଦ ପିଇ ସାମିଲ ଥିଲେ । ରାଲି ରେ ହଠାତ ସେ ବେହୋସ ହୋଇଯାଇଥିଲେ । ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆଯାଇ ଥିଲା । ତାଙ୍କର ମୃତ୍ୟୁ ହୋଇଯିବାରୁ ପରିବାର ପକ୍ଷରୁ ତାଙ୍କୁ ଡାକି ମଦ ପେଇକି ମାରି ଦେଇ ଥିବା ଥାନା ରେ ଲିଖିତ ଅଭିଯୋଗ ହୋଇଛି ।ଉକ୍ତ ମୃତ ଶରୀର ସାଲେପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ରହି ଥିବା ବେଳେ ସ୍ଥାନୀୟ ଅଧିବାସୀ ଉକ୍ତ ଗରିବ ପରିବାର ଓ ଦୁଇ ଛୋଟ ପିଲାଙ୍କୁ କୁ କ୍ଷତି ପୁରଣ ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର
