Thursday , June 30 2022
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଷ୍ଟାଫନର୍ସଙ୍କ ଧାରଣା

କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଷ୍ଟାଫନର୍ସଙ୍କ ଧାରଣା

କେନ୍ଦ୍ରାପଡ଼ା, ୧୭/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ଷ୍ଟାଫ୍ ନର୍ସ ପଦବୀ ପୂରଣ ଦାବିରେ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯର୍୍ୟାଳୟ ସମ୍ମୁଖରେ ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍ ନର୍ସମାନେ ଗଣଧାରଣା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଷ୍ଟାଫ୍ ନର୍ସ ପଦବୀ ଥିବାବେଳେ ଏବେ ମାତ୍ର ୧୭ଜଣ କାର୍ଯ୍ୟ କରୁଛନ୍ତି । ଫଳରେ ଜଣେ ଷ୍ଟାଫ୍ ନର୍ସ ୩ଜଣଙ୍କ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଦିନରାତି କାମ କଲେବି କାମ ସରୁନାହିଁ । ବ୍ୟକ୍ତିଗତ ଛୁଟି କିମ୍ବା ସରକାରୀ ଛୁଟି ନେଇପାରୁନାହାନ୍ତି ସେମାନେ । ମାସରେ ୧୫ଦିନ ଡାକ୍ତରଖାନାରେ ରାତ୍ରକାଳୀନ କାର୍ଯ୍ୟ କରିବାକୁ ପଡୁଛି । ଫଳରେ ପରିବାରରରେ ଅଶାନ୍ତି ବଢୁଛି । ରୋଗୀସେବା ମଧ୍ୟ ବ୍ୟାହତ ହେଉଛି । ଫଳରେ ଡାକ୍ତରଖାନାରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କ ସହିତ ଝଗଡା ହେବାରେ ଲାଗିଛି । ମାନସିକ ଅଶାନ୍ତିରେ ଜୀବନ ବିତାଉଛନ୍ତି ଷ୍ଟାଫ୍ ନର୍ସମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥି ସହିତ ୬ମାସ ହେବ ଦରମା ମିଳୁ ନାହିଁ । ଫଳରେ ବାଧ୍ୟହୋଇ ଗଣଧାରଣାରେ ବସିରହି ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟିକୁ ଆଣିଛନ୍ତି ଷ୍ଟାଫ୍ ନର୍ସମାନେ । ପ୍ରଶାସନ ଏସବୁ ସମସ୍ୟାର ସମାଧାନ ନକଲେ ବାଧ୍ୟହୋଇ ଷ୍ଟାଫ୍ ନର୍ସମାନେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଡା. କିଶୋର ମିଶ୍ରଙ୍କ ମଧ୍ୟସ୍ଥତାରେ ସିଡିଏମଓ ଡା. ଅନିତା ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି । ସିଡିଏମଓ ଏହାକୁ ଗୁରୁତ ସହକାରେ ନେବା ସହ ଗ୍ରାମାଂଚଳରୁ ବଳକା ଥିବା ୬ଜଣଙ୍କୁ ଆଣି ଏଠାରେ ନିୟୋଜିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ନର୍ସିଂ ନିର୍ଦେଶକଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ । ନିର୍ଦେଶକ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ୨ମାସ ମଧ୍ୟରେ ଆଉ କିଛି ନର୍ସଙ୍କୁ ଅବସ୍ଥାପିତ କରିବେ । ୬ମାସର ବକେୟା ଦରମା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି । ଓଡ଼ିଶା ସମାଚାର

About admin

Check Also

୯ଜଣ ଶିଶୁ ଙ୍କ ସମେତ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୨୭/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *