କଟକ, ୧୭/୦୨/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ପରେ ଆଠଗଡ଼ ବ୍ଲକ ଅନ୍ତର୍ଗତ କଣ୍ଡରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ କୁଳମଣି ବେଉରା ପାର୍ଥୀପତ୍ର ଦାଖଲ ପରେ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି । ତାଙ୍କ ର ନିର୍ବାଚନ ଚିହ୍ନ ଖୋଲାବହି । ଜନସାଧାରଣଙ୍କ ସାରସ୍ଵତ ସାଧକ ବେଉରାଙ୍କ ପ୍ରତି ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି । ଓଡ଼ିଶା ସମାଚାର
