କେନ୍ଦ୍ରାପଡ଼ା, ୧୭/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳସ୍ଥିତ ନସଡିପୁର ଅଭୟା ସଂସ୍କୃତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଏକ ବୈଠକ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ସମସ୍ତ ପଣ୍ଡିତ ଓ ବୁଦ୍ଧିଜୀବିମାନଙ୍କୁ ନେଇ ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ‘ତୁଳସୀକ୍ଷେତ୍ର ପଣ୍ଡିତ ମହାସଭା’ ନାମକ ଏକ ଅନୁଷ୍ଠାନ ଗଠନ ନିମନ୍ତେ ତୁଳସୀ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ସୁବାଷ ଚନ୍ଦ୍ର ପାଣିଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଆସନ୍ତା ଅପ୍ରେଲ ମାସରେ ପୁନଃ ବୈ÷ଠକ ଅନୁଷ୍ଠିତ ହୋଇ କର୍ମକର୍ତା ନିର୍ବାଚନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ପଣ୍ଡିତ କୃଷ୍ଣାନନ୍ଦ ପଣ୍ଡା, ନାରାୟଣ ପତି, ସର୍ବେଶ୍ୱର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପତି, ନୃସିଂହ ଚରଣ ପତି, ପୀତାମ୍ବର ଲେଙ୍କା, ମାଧବ ପତ୍ରୀ, ହରପ୍ରୀୟା ଦାଶ, ମହେଶ୍ୱର ପାଣି, ସତ୍ୟନାରାୟଣ ପତି, ଅବଧୂତ ରାଉତ, ଶଙ୍କର ପତି, ରମାକାନ୍ତ ପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
