Tuesday , August 9 2022
Breaking News
Home / ତାଜା ଖବର / ସରପଂଚ ପ୍ରାଥିୀ ଙ୍କ ଘର ଉପରକୁ ଗୁଳିମାଡ଼

ସରପଂଚ ପ୍ରାଥିୀ ଙ୍କ ଘର ଉପରକୁ ଗୁଳିମାଡ଼

ସମ୍ବଲପୁର ୧୬/୦୨/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳି ମାଡ଼ ହୋଇଛି। ଘରର କବାଟରେ ଗୁଳି ବାଜି କବାଟ କ୍ଷତିଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଲଳିତ କୁମାର ସାହୁ ଙ୍କ ଘର ଉପରକୁ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗୁଳି ମାଡ କରିଛନ୍ତି । କବାଟର ଦୁଇଟି ସ୍ଥାନରେ ଗୁଳି ବାଜି କଣା ହୋଇଥିବା ଜଣାଯାଇଛି । ଖବର ପାଇ ଠେଲକୋଲୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ କିଏ ଓ କାହିଁକି ଗୁଳିମାଡ଼ କରିଛନ୍ତି ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.