Tuesday , September 27 2022
Breaking News
Home / ନିର୍ବାଚନ / ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଶେଷ :ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ

ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଶେଷ :ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ

ବାଲିଗୁଡା,୧୬/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏନେଇ ପ୍ରଥମେ ବାଲିଗୁଡା ଓ କ.ନୂଆଗାଁ ବ୍ଳକ ରେ ଭୋଟ ଗ୍ରହଣ ଶେଷ ହୋଇଛି । ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ ହୋଇଥିବା ବେଳେ କ. ନୂଆଗାଁରେ ୭୧.୬୬ ପ୍ରତିଶତ ହୋଇଥିବା ଜଣାପଡିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବୁଧବାର ସକାଳ ୭ ରୁ ଅପରାହ୍ନ ୧ଘଣ୍ଟ ପର୍ୟ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରବଳ ଥଣ୍ଡା ଯୋଗୁଁ ୮ଟା ଯାଏ ଅନେକ ବୁଥ ମାନ୍ଦା ରହିଥିବା ବେଳେ ଆଠଟା ପରେ ଧୀରେଧୀରେ ଭୋଟର ଙ୍କ ଭିଡ ଦେଖିବାକୁ ମିଳିଥିଲା କ୍ଷ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ହୋଇଥିଲା ।ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।ଶାନ୍ତି ଶୃଙ୍ଖଳା ର ସହ ଭୋଟ ଗ୍ରହଣ ହୋଇଥିଲା । ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ଜଣ କର୍ମଚାରୀ ନିୟୋଜିତ ଥିଲେ । ପ୍ରଥମ ପର୍ୟ୍ୟାୟରେ ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ହେଵ ସେଥି ପ୍ରତି ବାଲିଗୁଡ଼ା ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଥିଲେ ।ସେହିପରି ଏହି ୨ ବ୍ଳକରେ ମହିଳାମାନଙ୍କ ପାଇଁ ଦୁଇଟି ଲେଖାଏ ୪ଟି ପିଙ୍କ ବୁଥ ମଧ୍ୟ କରାଯାଇଥିଲା । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଦୁଇ ବ୍ଲକରେ ନିୟୋଜିତ ହୋଇଥିବା ନିର୍ବାଚନର ପୋଲିଂ ପାର୍ଟି ଗାଡି ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଅବସ୍ଥା ରେ ଫେରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.