ନିଶ୍ଚିନ୍ତକୋଇଲି,୧୬/୦୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଏହି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପଂଚାୟତ ରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି । ଏଠାରେ ଚାରି ଜଣ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦୀ ରହିଛନ୍ତି । ପୂର୍ବତନ ସରପଞ୍ଚ ବିଶ୍ୱଭୂଷଣ ନାୟକ (ବୁନୁ ) ଏଥର ପ୍ରତିଦ୍ବନ୍ଦିତା କରୁଛନ୍ତି । ସେ ପୂର୍ବର ଲୋକପ୍ରିୟତା କୁ ପାଥେୟ କରି ନିର୍ବାଚନ ଲଢ଼ୁଛନ୍ତି । ନିର୍ବାଚିତ ହେଲେ ପଞ୍ଚାୟତ ର ଉନ୍ନତି ଦିଗରେ ନିଜକୁ ନିୟୋଜିତ କରବେ ବୋଲି କହିଛନ୍ତି । ତାଙ୍କୁ ସୂର୍ୟ୍ୟ ଚି଼ହ୍ନ ରେ ମୋହର ମାରି ବିଜୟୀ କରିବାକୁ ନିବେଦନ କରିଛନ୍ତି ।
ସେହିପରି ପୂର୍ବତନ ସମିତି ସଭ୍ୟ, ସମାଜ ସେଵୀ ରଶ୍ମି କାନ୍ତ ସ୍ୱାଇଁ( ବାପି )ଏହି ନିର୍ବାଚନ ରେ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇ ପଂଚାୟତ ବାସୀ ଙ୍କ ସେବା କରିବାର ଅଭିଳାଷ ରଖିଛନ୍ତି । ସେ ନିର୍ବାଚିତ ହେଲେ ପଂଚାୟତ କୁ ଦୁର୍ନୀତି ମୁକ୍ତ କରିବା ସହ ପଂଚାୟତ ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବେବୋଲି କହିଛନ୍ତି । ତାଙ୍କୁ ଛତା ଚି଼ହ୍ନ ରେ ମୋହର ମାରି ବିଜୟୀ କାରବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର