କଟକ ସଦର, ୧୬/୦୨/୨୦୨୨(ଓଡିଶା ସମାଚାର/ ଵିଷ୍ଣୁ ବେହେରା):ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ କମିଶନରେଟ ପୋଲିସର ଜଣେ ନାମକରା ଦୂର୍ନିତିଗ୍ରସ୍ତ ଅଧିକାରୀ କଟକ ତୁଳସୀପୁର ଯୋଗାଯୋଗ ଵିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଆଜି ବୁଧବାର ଗିରଫ କରିଥିବା ଜଣାପଡ଼ିଛି।ତାଙ୍କ ଠାରୁ ୯ କୋଟିରୁ ଉର୍ଦ୍ଧ୍ବ ସଂପତ୍ତି ଆଜି ପର୍ଯ୍ୟନ୍ତ ଆକଳନ କରାଯାଇଥିବା ବେଳେ ଆହୁରି ଅନେକ ଵେଆଇନ ସଂପତ୍ତି ର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ସୂଚନାଯୋଗ୍ୟ ଯେ ଶ୍ରୀ ମିଶ୍ରଙ୍କର ଚାକିରି କାଳ ଆଉ ମାତ୍ର ଦୁଇ ମାସ ଥିଵା ଵେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।ତାଙ୍କର ଵେଆଇନ ସଂପତ୍ତି ସଵୁକୁ ଵ୍ୟାଜାପ୍ତ କରାଯିବା ସହ ଚାକିରିରୁ ଵିଦା କରିଵାକୁ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।ଏଥି ସହିତ ପତ୍ନୀଙ୍କ ସଂପତ୍ତି ସଂପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ।ଏପଟେ ଜଣେ ସଚୋଟ ଓ ଡି ଵ୍ରଦର୍ଶଙ୍କୁ ଧରିଥିଵା ମୋ ସ୍ୱ।ମୀଙ୍କୁ ପୋଲିସ୍ ଵିଭାଗ ଫସେଇ ଥିଵା ପତ୍ନୀ ଅଭିଯୋଗ କରିଛନ୍ତି। ଓଡିଶା ସମାଚାର
