Saturday , August 13 2022
Breaking News
Home / ତାଜା ଖବର / ଅଟୋ ସହ  ମିନିଟ୍ରକ୍  ମୁହାଁମୁହିଁ ଧକ୍କା- ଜଣେ ମୃତ, ୨ ଗୁରୁତର ଆହତ

ଅଟୋ ସହ  ମିନିଟ୍ରକ୍  ମୁହାଁମୁହିଁ ଧକ୍କା- ଜଣେ ମୃତ, ୨ ଗୁରୁତର ଆହତ

ସାଲେପୁର,୧୬/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ନିକଟସ୍ଥ ନନ୍ଦୋଳଗଡା ନିକଟରେ ଏକ ଅଟୋ ସହ ଏକ ମିନିଟ୍ରକ୍  ମୁହାଁମୁହିଁ ଧକ୍କା ହେବା ଫଳରେ  ଅଟୋରେ ଯାଉଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ବରରୁ କେନ୍ଦ୍ରାପଡା ଜିଲା ଡ଼େରାବିଶ ଛତା ଅଭିମୁଖେ ଯାଉଥିବା ଏକ ଅଟୋ ସହ ବିପରୀତ ଦିଗରୁ ଆସୁଥିବା ଏକ ମିନିଟ୍ରକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା । ସାଲେପୁର ଥାନା ପୋଲିସ ଦୂର୍ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ  ଗାଡିଟିକୁ ଜବତ କରିବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡ଼ାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିଥିଲେ । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଯାଇଛି ।ତେବେ ବର୍ତମାନ ମୃତକଙ୍କ ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର

 

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.