Friday , August 19 2022
Breaking News
Home / ନିର୍ବାଚନ / ୨୪ ନମ୍ବର ଜୋନ୍ ରେ କମ୍ୟୁନିଷ୍ଟ ପ୍ରାର୍ଥି ଙ୍କ ପ୍ରଚରୀ 

୨୪ ନମ୍ବର ଜୋନ୍ ରେ କମ୍ୟୁନିଷ୍ଟ ପ୍ରାର୍ଥି ଙ୍କ ପ୍ରଚରୀ 

ପ୍ରଚାରରେ ଯୋଗଦେଲେ ପୋସ୍କୋ ଆନ୍ଦୋଳନର ନେତା ଅଭୟ ସାହୁ

ଗରଦପୁର, ୧୫/୦୨/୨୦୨୨ (ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ୍ ୨୪ ନମ୍ବର ଜିଲା ପରିଷଦ ଜୋନ୍ ରେ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପ୍ରାର୍ଥି ହୋଇଛନ୍ତି ସୀତାକାନ୍ତ ନାୟକ । ଆସନ୍ତା ୧୮ ତାରିଖରେ ଏହି ବ୍ଲକ୍ ରେ ମତଦାନ ହେଉଥିବାରୁ ପ୍ରାର୍ଥିମାନେ ପ୍ରଚାର ଯୋରଦାର କରିଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଏହି ଜୋନ୍ ର ବିଭିନ୍ନ ଗ୍ରାମରେ ପ୍ରଚାର ଶୋଭାଯାତ୍ରା କରାଯାଇଛି । କମ୍ୟୁନିଷ୍ଟ ପାର୍ଟିର ଜାତୀୟ ପରିଷଦ ସଭ୍ୟ ତଥା ପୋସ୍କୋ ହଟାଓ ର ନେତା ଅଭୟ ସାହୁ ଙ୍କ ନେତୃତ୍ୱରେ ପାଟକୁରା ବି୍ରଜ ନିକଟରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଜିଲା ପରିଷଦ ପ୍ରାର୍ଥି ଶ୍ରୀ ନାୟକଙ୍କ ସମେତ ଜିଲା ସମ୍ପାଦକ ରମଣୀ ରଂଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଜୋନ୍ ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସାଥି ବାବାଜୀ ଧଳ, ସାଥି ସୁନାସିନୀ ଭଦ୍ର , ସାଥି ନୀରଂଜନ ଦାସ, ସାଥି ପଦ୍ମନାଭ ଦାସ,ସାଥି ବାଘୁଲାଲ କର , ସାଥି ମନୋଜ ଓଝା , ସାଥି ବିନୋଦ ନାୟକ , ଭଗବାନ ବିଶ୍ୱାଳ, ଭ୍ରମର ବର ନାୟକ ପ୍ରମୁଖ ଙ୍କ ନେତୃତ୍ୱରେ ବାଇକ ଶୋଭାଯାତ୍ରା ଆଖୁଆ,ବନ୍ଧକଟା,ବଛରାଇ,ମେହେନ୍ଦିନଗର, ଜଳପୋକ, ଆଇତିପୁର, କରିଲୋପାଟଣା ଓ ଯମପଡ଼ା ପଂଚାୟତ ପରିକ୍ରମା କରାଯାଇ ଦଳ ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥି ଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କଂଗ୍ରେସ ପକ୍ଷରୁ ସହିଦ୍ ଙ୍କୁ ସଲାମ

ପାଟକୁରା,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ସ୍ବାଧୀନତା ଦିବସ ଅବସରରେ ପାଟକୁରା କଂଗ୍ରେସ ପକ୍ଷରୁ ଦେଶ ପାଇଁ ବୀର ଜବାନ ମାନେ ନିଜକୁ ବଳିଦାନ …

Leave a Reply

Your email address will not be published.