Friday , August 19 2022
Breaking News
Home / ବିଶେଷ / ଶବ ବାହକ ଗାଡି ନ ଦେବାରୁ ଡାକ୍ତରଖାନା ରୁ ଷ୍ଟ୍ରେଚର ରେ ଶବ ଧରି ପଳାଇଲେ ପରିବାର ଲୋକେ –

ଶବ ବାହକ ଗାଡି ନ ଦେବାରୁ ଡାକ୍ତରଖାନା ରୁ ଷ୍ଟ୍ରେଚର ରେ ଶବ ଧରି ପଳାଇଲେ ପରିବାର ଲୋକେ –

 ଅଧା ବାଟରେ ପୋଲିସ ପହଂଚି ବୁଝା ଶୁଝା କରି ଆମ୍ବୁଲାନ୍ସ ଯୋଗାଇଦେଲେ

କଳାହାଣ୍ଡି ,୧୫/୦୨/୨୨(ଓଡିଶା ସମାଚାର /ସଂଜୟସିଂହ)- କଳାହାଣ୍ଡି ଜିଲା ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ହୃଦୟ ବିଦାରକ ଦୃଶ୍ୟ । ବହୁ ଚର୍ଚ୍ଚିତ ଦାନ ମାଝୀ ଘଟଣା ସାରା ରାଜ୍ୟ ତଥା ଦେଶ ରେ ଲୋକଙ୍କୁ ବିଚଳିତ କରିଥିବାବେଳ ଗତ କାଲି ଭବାନୀ ପଟଣା ଠାରେ ଏହାର ପୁନରାବୃତି ଘଟଣା ଦେଖିବାକୁ ମିଳିଛି।
କଲହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଠକୁରା ଗ୍ରାମର ସୁନାଇ ମାଝୀ ଭବାନୀ ପଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ମୂତୁ ବରଣ କରିଥିଲେ । ଶବ ବ୍ୟବଛେଦ ଏବଂ ଡାକ୍ତର ଖାନା କର୍ତ୍ତୃ ପକ୍ଷ ଶବ ବାହକ ଗାଡି ଦେବାରେ ବିଳମ୍ବ କରୁଥିବାରୁ ପରିବାର ଲୋକେ ଷ୍ଟ୍ରେଚର ରେ ଶବ ଧରି ନିଜ ଗାଁ କୁ ଯିବା ସମୟରେ ପ୍ରାୟ ଏକ ବିଲୋମିଟର ଯିବା ପରେ ଭବାନୀପଟଣା ଟାଉନ ଥାନା ପୋଲିସ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରି ସେଠାରୁ ଆମ୍ବୁଲାନ୍ସ ଯୋଗେ ଶବ ପଠାଇବାର ବ୍ୟବସ୍ଥା କରିଥିଲେ। ଡ଼ାକ୍ତରଖାନା କର୍ତୃପକ୍ଷ ଙ୍କ ଅଜାଣତରେ ଷ୍ଟ୍ରେଚରରେ ଶବ ନେଇ ପରିବାର ଲୋକ ଏକ କିଲୋମିଟର ବାଟ ଗଲେ କିପରି ? ଡାକ୍ତର ଖାନା କତ୍ତୃପକ୍ଷ ଙ୍କ ନିଦ୍ରା କେବେ ଭଂଗିବ ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଓଡିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.