Saturday , August 13 2022
Breaking News
Home / ବିଶେଷ / ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସ୍ଵର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସ୍ଵର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ ,୧୪/୦୨/୨୦୨୨ (ଓଡ଼ିଶା ସମାଚାର)- – କଟକ ସଦର  ୪୨ ମୌଜାସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟ ପୂଜା ଭବନ ପଟଣା ଠାରେ ବିଶିଷ୍ଟ ସମାଜସେବୀ,ମାନ୍ୟବର ବିଧାୟକ, ସାଂସଦ, ପ୍ରବୀଣ ଅଭିବକ୍ତା, ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ତାଙ୍କ ନିଜସ୍ୱ ଗ୍ରାମ ପଟଣାରେ ପାଳିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାଧ୍ୟାପକ ଡଃ. ସେକ୍ କଲିମୁଲ୍ଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନୀୟ ଅତିଥି ଭାବେ ପ୍ରତିଷ୍ଠାନର ଉପଦେଷ୍ଟା କବୟିତ୍ରୀ ସରୋଜ ନଳିନୀ ପରିଜା,ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ସମାଜସେବୀ ପ୍ରଭାତ କୁମାର ଖଟୁଆ,ଉପେନ୍ଦ୍ର ବାରିକ,ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା,ଶୁଭେନ୍ଦୁ ବରଣ ଦାସ ମହାପାତ୍ର, ଶ୍ରାବନ୍ତୀକା ମହାନ୍ତି, ରାମଚନ୍ଦ୍ର ଖୁଣ୍ଟିଆ,ମାଧବ ପରିଡ଼ା, କୁନା ମଲିକ,ପୂର୍ଣ୍ଣଚନ୍ଦ୍ର ରାଉତରାୟ, ନିଶିକାନ୍ତ ଦାସ ଓ ରାମ ଶଙ୍କର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.