Saturday , August 13 2022
Breaking News
Home / ନିର୍ବାଚନ / ଦ୍ୱିମୁଖୀ ଲଢେଇ ପ୍ରଚାରରେ ପାଖଡ ଗ୍ରାମ ପଂଚାୟତ ଦୁଲୁକୁଛି  

ଦ୍ୱିମୁଖୀ ଲଢେଇ ପ୍ରଚାରରେ ପାଖଡ ଗ୍ରାମ ପଂଚାୟତ ଦୁଲୁକୁଛି  

ଗରଦପୁର, ୧୫/୦୨/୨୦୨୨ (ଓଡ଼ିଶା ସମାଚାର)- ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଗରଦପୁର ବ୍ଲକ ପାଖଡ ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ପାଇଁ ଦ୍ୱିମୁଖୀ ଲଢେଇ ହେଉଛି । ନିର୍ବାଚନ ର ମତଦାନ ଦିବସ ଯେତେ ନିକଟତର ହେଉଛି ପ୍ରାର୍ଥି ମାନଙ୍କର ଯୋରଦାର ପ୍ରଚାରରେ ପଂଚାୟତ ଉଠୁଛି ପଡ଼ୁଛି । ସରପଂଚ ଓ ସମିତି ସଭ୍ୟ ପଦବୀରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାରୁ ପ୍ରାର୍ଥି ମାନେ କର ବା ମର ନୀତିରେ ଜୋସ୍ ଲଗାଇ ପ୍ରଚାର ଅଭିଯାନକୁ ସରଗରମ କରିଛନ୍ତି । ଘରେ ଘରେ ପୁସିଂ କାର୍ଡ଼ ସହିତ ବଜାର ଘାଟ କାନ୍ଥ ବାଡ଼ ଓ ରାସ୍ତା ଘାଟରେ ପୋଷ୍ଟର ଓ ବ୍ୟାନର ଛାଇ ଯାଇଛି । ଡ଼ାକବାଜି ଯନ୍ତ୍ର ପ୍ରଚାରରେ ପଂଚାୟତ ଦୁଲୁକି ଉଠୁଛି । ଏହି ପଂଚାୟତ ଅଧିନରେ ପାଖଡ, ନୂଆପଡା, ତିଗିରିଆ, ସରଟୋଲା, ଶିତଳପାଟଣା, ବାମରା, ପାଟସୁରା, ଶିକଳ ଓ ବଙ୍ଗାଳପୁର ଗ୍ରାମର ୧୬ ଟି ୱାର୍ଡ ରହିଥିବାବେଳେ ପ୍ରାୟ ୫ ହଜାର ୫୦୦ ଭୋଟର ରହିଛନ୍ତି । ସରପଂଚ ପଦବୀଟି ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ସୌଭାଗ୍ୟବତୀ ପରିଡା ଓ ବନଲତା ସ୍ୱାଇଁ ୨ ଜଣ ସରପଂଚ ପଦବୀ ପାଇଁ ଜୋରଦାର ଲଢେଇ କରୁଛନ୍ତି । ବିଜୟୀ ହେବା ପାଇଁ ଉଭୟ ପ୍ରାର୍ଥୀନୀ  ପୁସିଂ କାର୍ଡ଼ ଦେଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଜାରି ରଖିଛନ୍ତି । ସେମାନେ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଭୋଟରମାନଙ୍କୁ ପ୍ରତିଶୃତି ଦେଉଛନ୍ତି ।

 ସେହିପରି ଏଠାରେ ସମିତି ସଭ୍ୟ ପଦବୀଟି ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସୁମିତ୍ରା ସାହୁ ଓ ନିବେଦିତା ସ୍ୱାଇଁ  ୨ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର ଅଭିଯାନ ଚଳାଇଛନ୍ତି । ତାଙ୍କର ସମର୍ଥକମାନେ ରାତି ଦିନ ଏକ କରି ଭୋଟରଙ୍କ ପାଖରେ ରଣକୌଶଳ ପ୍ରୟୋଗ କରି ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଷିତ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.