Saturday , August 13 2022
Breaking News
Home / ନିର୍ବାଚନ / ଚତୁର୍ଥ ଥର ପାଇଁସରପଞ୍ଚ ଭାବେ ନିର୍ବାଚିତ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି ଅନୁଭଵି ପ୍ରାର୍ଥୀ ଅନନ୍ତ କର

ଚତୁର୍ଥ ଥର ପାଇଁସରପଞ୍ଚ ଭାବେ ନିର୍ବାଚିତ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି ଅନୁଭଵି ପ୍ରାର୍ଥୀ ଅନନ୍ତ କର

 ସାଲେପୁର, ୧୫/୦୨/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟର ସଠିକ ରୂପାୟନ ପାଇଁ ଦୂରଦୃଷ୍ଟି ,ପ୍ରତିବଦ୍ଧତା ଓ ଲୋକଙ୍କ ସେବା ପାଇଁ ସମର୍ପିତ ମନୋଭାବ ନେଇନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିବା ପ୍ରକାଶ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ଅନନ୍ତ କର । କଳମିଶ୍ରିପଞ୍ଚାୟତରେ ସେ ତିନି ଥର ସରପଞ୍ଚ ଭାବେ ଓ ଥରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ ଲୋକ ମାନଙ୍କ ସେବା କରିଛନ୍ତି ଅନନ୍ତ କର  । ତାଙ୍କ ଆଖିରେ ଅଛି କେବଳ ପଞ୍ଚାୟତ ର ବିକାଶ ପାଇଁ ଆଖିରେ ଆଖିଏ ସ୍ୱପ୍ନ । କଳମିଶ୍ରି  ଗ୍ରାମ ପଞ୍ଚାୟତର ସରପଞ୍ଚ  ପ୍ରାର୍ଥୀ ଭାବେ ସେ ଭୋଟରଙ୍କ ଆଶୀର୍ବାଦ କାମନା କରିଛନ୍ତି । କେବଳ ମୁଁ ନୁହେଁ ଆମେ ବିଶ୍ୱାସ ରଖି ପ୍ରଗତି  ପଥେ ପଞ୍ଚାୟତ କୁ ଆଗେଇ ନେବା । “ଦକ୍ଷତା ଯାହାର ମାପକାଠି” “ନେତୃତ୍ୱ ଯାହାର ସମ୍ପତ୍ତି” “ନିର୍ଭିକତା ଯାହାର ଆଚରଣ ” “ନିରପେକ୍ଷ କାର୍ଯ୍ୟଶୈଳୀ ଯାହାର ଆଧାର” “ଅନୁଭୂତି ଓ ଇଛାଶକ୍ତି  ଯାହାର ଶସ୍ତ୍ର “ସତ୍ୟ କୁ ସାମ୍ନା କରିବାର ଯାହାର ରହିଛି ଅଦମ୍ୟ ସାହସ  ଓ ପ୍ରତିଷ୍ଠା,  ସେ  ହିଁ ରଚି ପାରିବ ସ୍ଵତନ୍ତ୍ର ଇତିହାସ …..ବୋଲି କହନ୍ତି ଜନସାଧାରଣ ଓ ଅନୁଭବୀ ଭୋଟର ମାନେ । ପ୍ରାର୍ଥୀ ଶ୍ରୀ କର କହନ୍ତି,  ନିସ୍ୱ ମାନସରେ ସାଧାରଣ ଲୋକଙ୍କ ଚେନାଏ ଖୁସି ଦେଖିବାର ପ୍ରୟାସ ସଦା ସର୍ବଦା  ଆଗାମୀ ଦିନପାଇଁ  ଆଲୋକ ର ପଥ ପ୍ରଦର୍ଶନ କରି ଚାଲିବ । ଜୀବନରେ କେତେ ଝଡ଼ ଝଞ୍ଜା ଆସିବ।  ସମର୍ପଣ  ଭାବନାନେଇ ଆମକୁ ସାମ୍ନା କରିବାକୁ ହେବବୋଲି କହିଛନ୍ତି ଅନନ୍ତ ନନା । ଏହି ପ୍ରୟାସ ରଖି ସେବାକୁ ଗୁରୁତ୍ବ ଦେଇ ଚାଲିବା ପାଇଁ ମୋର ପ୍ରୟାସ। ଆମ ପଞ୍ଚାୟତ ଏବେ  ପ୍ରଗତି ପଥ ରେ ଆଗକୁ ଯିବ । ମାଛ  ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ଶ୍ରୀ କର ନିବେଦନ କରିଛନ୍ତି  । ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.