Tuesday , August 16 2022
Breaking News
Home / ନିର୍ବାଚନ / ସମିତି ସଭ୍ୟା ପ୍ରାର୍ଥିନୀ ମମତା ବେହେରାଙ୍କ ନିର୍ଵାଚନୀ ଇସ୍ତାହାର ଓ ପ୍ରତିଶୃତି

ସମିତି ସଭ୍ୟା ପ୍ରାର୍ଥିନୀ ମମତା ବେହେରାଙ୍କ ନିର୍ଵାଚନୀ ଇସ୍ତାହାର ଓ ପ୍ରତିଶୃତି

କଟକ ସଦର, ୧୪/୦୨/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କଟକ ସଦର ବ୍ଲକ ଅନ୍ତର୍ଗତ ସମିତି ସଭ୍ୟା ପ୍ରାର୍ଥିନୀ ମମତା ଵେହେରା କଟକ ଵଡ ମେଡିକାଲରେ ଚିକିତ୍ସାଧିନ ଥିଵା ଶାଶୁଙ୍କ ପାଇଁ ନିର୍ବାଚନ ପ୍ରଚାରରୁ ଟିକେ ଦୂରେଇ ରହିଥିଲେ ମଧ୍ୟ ପୋଷ୍ଟର,ଵ୍ୟାନର ନମାରି କେଵଳ ସମର୍ଥକ ମାନଙ୍କ ସହ ଘରକୁ ଘର ଵୁଲି ଚିହ୍ନ ଥିବା ପୁସିଙ୍ଗ୍ କାର୍ଡ ଦେଇ ଆସ୍ଥାଭାଜନ ହୋଇପାରିଛନ୍ତି।ସେଥିରେ ଵିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଧାରଣତଃ ଯେପରି ନିର୍ଵାଚନ ଇସ୍ତାହାର ପ୍ରକାଶ କରାଯାଇ ଥାଏ ସେହିପରି ମମତା ମଧ୍ୟ ତାଙ୍କର ଇସ୍ତାହାର ଓ ପ୍ରତିଶୃତି ପ୍ରକାଶ କରି ଭୋଟରଙ୍କ ଗ୍ରହଣୀୟ ହୋଇପାରିଛନ୍ତି।
କୈ।ଣସି ମିଥ୍ୟା ପ୍ରତିଶୃତି ନଦେଇ ‘ମୁଁ ହାତି ଦେଵି ଘୋଡା ଦେଵି ମୋ ପେଁକାଳୀ ବଜାଇ ଦେ ଭଳି ଶସ୍ତା ଓ ମନ ଗଢା ପ୍ରତିଶ୍ରୁତି ନଦେଇ ଜିତିଲେ କେଵଳ ସରକାରଙ୍କ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇଵା ସହିତ ଲୋକଙ୍କ ମୈ।ଳିକ ସମସ୍ୟା ଗୁଡିକୁ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ ପାଇଁ ଯତ୍ନଵାନ ହେଵି’ଵୋଲି କହିଛନ୍ତି।ଏହି ଅଭିନଵ ପ୍ରଚାର ପ୍ରସାରରେ ମମତା ଆଉ ତିନି ପ୍ରାର୍ଥିନୀଙ୍କ ଠାରୁ ଆଗରେ ରହି ଭୋଟରଙ୍କ ମନ ଜିଣି ପାରିଥିଵା ସର୍ଵେକ୍ଷଣରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.