ନିଶ୍ଚିନ୍ତକୋଇଲି,୧୪/୦୨/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତଟି ଏକ ଶାନ୍ତି ପ୍ରିୟ ପଂଚାୟତ । ଚଳିତ ନିର୍ବାଚନରେ ଏହି ସରପଂଚ ପଦବୀ ମହିଳା ଙ୍କ ପାଇଁ ଉଦ୍ଧିଷ୍ଟ । ସରପଂଚ ସରୋଜ କୁମାର ବେହେରା ଙ୍କ ବଡ଼ ଭାଉଜ ଶ୍ରୀମତୀ ପ୍ରତିଭା ବେହେରା ଚଳିତ ନିର୍ବାଚନରେ ସରପଂଚ ପ୍ରାର୍ଥି ହୋଇଛନ୍ତି । ସେ ଜଣେ ଶିକ୍ଷିତା ତଥା ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଉତମ ବ୍ୟବହାର, ସୁ ସମ୍ପର୍କ, ସ୍ନେହ ଭଲପାଇବା ଗୁଣ ତାଙ୍କୁ ପଂଚାୟତରେ ଲୋକପ୍ରିୟତାର ଶୀର୍ଷରେ ପହଂଚାଇଛି । ଏହି ପଂଚାୟତର ସରପଂଚ ସରୋଜ କୁମାର ବେହେରାଙ୍କ କାର୍ଯ୍ୟ ଦକ୍ଷତା ଓ ଲୋକମାନଙ୍କୁ ନିସ୍ୱାର୍ଥପର ସେବା ରେ ପଂଚାୟତବାସୀ ସନ୍ତୁଷ୍ଟ ଥିବାରୁ ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି ଶ୍ରୀମତୀ ପ୍ରତିଭା ବେହେରା । ତେବେ ତାଙ୍କ ବିପକ୍ଷରେ ସିଧା ସଳଖ ପ୍ରତିଦ୍ୱନ୍ଦିତା କରୁଛନ୍ତି ପୂର୍ବତନ ସରପଂଚ ଶ୍ରୀମତୀ ବାସନ୍ତୀ ନାୟକ, ତାଙ୍କ ପରିବାର ୧୫ ବର୍ଷ ସରପଂଚ କ୍ଷମତା ଉପଭୋଗ କରିଥିଲେ ବି ସେଭଳି କିଛି ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇନଥିବା ଲୋକମାନେ ଆଲୋଚନା କରୁଛନ୍ତି । ତେବେ ବିଜେଡ଼ି ସମର୍ଥିତ ପ୍ରାର୍ଥି ଭାବେ ଶ୍ରୀମତୀ ବେହେରା ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ଏହି ପଂଚାୟତରେ ୪ ହଜାରରୁ ଉଦ୍ଧ୍ୱର୍ ଭୋଟର ଆସନ୍ତା ୧୮ ତାରିଖ ଶୁକ୍ରବାର ଦିନ ସେମାନଙ୍କର ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର
