Friday , August 19 2022
Breaking News
Home / ବିଶେଷ / ବିରୁଡ଼ି ଆକ୍ରମଣ ରେ ବରିଷ୍ଠ ସାମ୍ବାଦିକ ଆହତ 

ବିରୁଡ଼ି ଆକ୍ରମଣ ରେ ବରିଷ୍ଠ ସାମ୍ବାଦିକ ଆହତ 

ଗରଦପୁର, ୧୪/୦୨/୨୦୨୨ (ଓଡ଼ିଶା ସମାଚାର)- ବିରୁଡ଼ି ଆକ୍ରମଣ ରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସମାଚାର ୱେବ ପୋର୍ଟାଲ ଓ ଚାନେଲ ର ପ୍ରକାଶକ ତଥା ସମ୍ପାଦକ ଦୀପ୍ତିରଂଜନ କାନୁନଗୋ ଆହତ ହୋଇଛନ୍ତି । ତେଣ୍ଡାକୁଡ଼ା ପଂଚାୟତର ମିଶର ନରସିଂହପୁର ଗ୍ରାମରେ ମା ବୁଢ଼ୀଜାକୁଳାଇ ଠାକୁରାଣୀଙ୍କ ପିଠରେ ହେଉଥିବା ୩ୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଦେଖିବାପାଇଁ ଯାଉଥିବାବେଳେ ପୁରୁଣାଗୋପିନାଥପୁର ଗ୍ରାମ ନିକଟରେ ଚିତ୍ରୋପôଳା ନଦୀ ର ଦକ୍ଷିଣ ପାଶ୍ୱର୍ ନଦୀ ବନ୍ଧରେ ବିରୁଡ଼ି ଆକ୍ରମଣରେ ଆହତ ହୋଇଛନ୍ତି । ଶ୍ରୀ କାନୁନଗୋ ଙ୍କୁ ତୁରନ୍ତ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହୋଇ ଶ୍ରୀ କାନୁନଗୋ ଘରକୁ ଫେରି ବିଶ୍ରାମ ନେଉଛନ୍ତି । ଧିରେ ଧିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡ଼ାକ୍ତର ଅମିତ କୁମାର ବେହେରା କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.