Tuesday , August 16 2022
Breaking News
Home / ନିର୍ବାଚନ / ବାବୁଜଙ୍ଗ ଭୋଟରଙ୍କ ପ୍ରଥମ ପସନ୍ଦ ଇଂ ପ୍ରଭଂଜନ ବେଉରା

ବାବୁଜଙ୍ଗ ଭୋଟରଙ୍କ ପ୍ରଥମ ପସନ୍ଦ ଇଂ ପ୍ରଭଂଜନ ବେଉରା

ନିଶ୍ଚିନ୍ତକୋଇଲି,୧୪/୦୨/୨୦୨୨ (ଓଡ଼ିଶା ସମାଚାର)- ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତ ଅବହେଳିତ ଅବସ୍ଥାରେ ରହିଛି । ପ୍ରତିଶୃତି ପାଳନ କରିବାରେ ସମସ୍ତେ ଫେଲ ମାରିଛନ୍ତି । ସରକାରୀ ଯୋଜନା କାର୍ଯ୍ୟକାରୀରେ ପାତର ଅନ୍ତର ଏବଂ ଦୁର୍ନିତୀ ଚରମ ସିମା ରେ ପହଂଚିଥିବାରୁ ଚଳିତ ନିର୍ବାଚନରେ ସରପଂଚ ପ୍ରାର୍ଥି ହୋଇଛନ୍ତି । ଜଣେ ଉଚ ଶିକ୍ଷିତ ବି ଷଯକ୍ ଇଂଜିନିଅର ପ୍ରଭଂଜନ ବେଉରା । ତାଙ୍କ ପ୍ରଚାର କୌଶଳ ମାର୍ଜିତ ବ୍ୟବହାର ତଥା ସମସ୍ତଙ୍କୁ ଆତ୍ମିୟତା କରିବାର ସାମର୍ଥ୍ୟରେ ବାବୁଜଙ୍ଗ ଭୋଟର ମାନଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ସରପଂଚ ରେ ବିଜୟ ଲାଭ କଲେ ସରକାରୀ ଯୋଜନାରୁ ବଂଚିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତିରେ ନିସ୍ୱାର୍ଥପର ଭାବରେ ସେବା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଉଛନ୍ତି । ପଂଚାୟତର ପ୍ରତ୍ୟେକ ଗ୍ରାମରେ ମା ମାଉଷି, ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ନିଜ ବ୍ୟବହାର ରେ ମୁଗ୍ଧ କରି ଭୋଟ ମାଗୁଛନ୍ତି । ପଂଚାୟତରେ ୩ ଜଣ ସରପଂଚ ପ୍ରାର୍ଥି ହୋଇ ଥିଲେ ବି ମୁଖ୍ୟତ ଇଂ ବେଉରାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ଏହି ପଂଚାୟତରେ ୬ ହଜାର ଭୋଟର ଆସନ୍ତା ୧୮ ତାରିଖ ଶୁକ୍ରବାର ସେମାନଙ୍କ ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.