Tuesday , August 9 2022
Breaking News
Home / ବିଶେଷ / ବାଇକ୍ ଡ଼ିକି ରୁ ଦେଢ଼ଲକ୍ଷ ଟଙ୍କା ଚୋରୀ

ବାଇକ୍ ଡ଼ିକି ରୁ ଦେଢ଼ଲକ୍ଷ ଟଙ୍କା ଚୋରୀ

ଗରଦପୁର, ୧୪/୦୨/୨୦୨୨ (ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ନଇନ୍ଦିପୁର ଗ୍ରାମର ମଳୟ ସ୍ୱାଇଁ ଙ୍କ ବାଇକ୍ ଡ଼ିକି ରୁ ଦେଢ଼ଲକ୍ଷ ଟଙ୍କା ଓ ୪ ଟା ପାସବୁକ୍ ସମେତ ବିଭିନ୍ନ କାଗଜପତ୍ର ଚୋରୀ ହୋଇ ଯାଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପାଟକୁରା ପୋଲିସ ଅନୁସନ୍ଧାନ ଜାରି ରଖିଛି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ପାଟକୁରା ନଇନ୍ଦିପୁର ରାସ୍ତା କଡ଼ରେ ଶ୍ରୀ ସ୍ୱାଇଁଙ୍କର ଏକ ରଡ଼ ଗୋଡ଼ି ଓ ସିମେଂଟ ଦୋକାନ ରହିଛି । ରଡ଼୍ ମାଲିକ କୁ ଅର୍ଥ ପିଠ କରିବା ପାଇଁ ଶ୍ରୀ ସ୍ୱାଇଁ ଦେଢ଼ଲକ୍ଷ ନଗଦ ଟଙ୍କା ତାଙ୍କ ହ୍ୟାଣ୍ଡ ବ୍ୟାଗ୍ ରେ ରଖିଥିଲେ । ପୂର୍ବରୁ ହ୍ୟାଣ୍ଡ ବ୍ୟାଗ୍ ରେ ୪ ଟି ବ୍ୟାଙ୍କ ପାସ ବୁକ୍ ଓ ଅନ୍ୟାନ୍ୟ କାଗତପତ୍ର ରହିଥିଲା । ଏହି ହ୍ୟାଣ୍ଡବ୍ୟାଗ କୁ ଶ୍ରୀ ସ୍ୱାଇଁ ନିଜ ପାସନ୍ ପ୍ରୋ ବାଇକ୍ ଡ଼ିକି ରେ ରଖିଥିଲେ । ସେଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ନିଜ ଘର ସମ୍ମୁଖରେ ବାଇକ୍ ରଖି ହେଲମେଟ ଆଣିବା ପାଇଁ ଓ ଅନ୍ୟ କିଛି କାମ ପାଇଁ ଘରକୁ ଭିତରକୁ ଯାଇଥିଲେ । ଏହି ସମୟରେ ଗାଡ଼ି ରେ ଚାବି ଲାଗିଥିଲା । ୧୫ ମିନିଟ୍ ପରେ ଆସି ଗାଡ଼ି ଡ଼ିକି ଖୋଲି ଦେଖିବାରୁ ଡ଼ିକିରେ ଥିବା ହ୍ୟାଣ୍ଡ ବ୍ୟାଗ ଟି ଚୋରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ବହୁତ ଖୋଜ ଖବର କଲାପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ପୋଲିସ ରେ ଅଭିଯୋଗ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.