Tuesday , August 9 2022
Breaking News
Home / ବିଶେଷ / ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ

ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ,୧୪/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀ କେନ୍ଦ୍ର ଠାରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଭଦ୍ରା କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୃନ୍ଦାବନ କହଁର, ଅଙ୍ଗନବାଡ଼ି କର୍ମୀ ସୁକାନ୍ତି କହଁର, ବିଦ୍ୟାଧର କହଁର, ଡିଏନଏସ ମହାବୀର ଯୁବକ ସଂଘର  ସଭାପତି ସୁନିଲ୍ କୁମାର୍ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମ ରେ କରୋନା କଟକଣା କୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ଯୁବକ ସଂଘ ସୁଙ୍ଗାମାହା, କିଙ୍ଗଷ୍ଟାର ଯୁବକ ସଂଘ,  କୁଟିଗୁଡା ଯୁବକ ସଂଘ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ୟାଙ୍କ୍ ମିତ୍ର କଣ ବ୍ୟାଙ୍କ୍ ମିତ୍ର ହେଲେ କଣ କରିବାକୁ ପଡ଼ିବ ,କଣ ପ୍ରମାଣ ପତ୍ର ଦରକାର ଏହି ସବୁ ଉପରେ ଆଲୋଚନା କରାଯାଇଥିଲା କ୍ଷଯୁବ ସଂଘ ସଦସ୍ୟ ନୀଳକଣ୍ଠ କହଁର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.