Friday , August 19 2022
Breaking News
Home / ବିଶେଷ / କେନ୍ଦ୍ରାପଡାରେ ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡାରେ ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୪/୦୨/୨୦୨୨ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଉପଲକ୍ଷେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସହୀଦମାନଙ୍କ ।ମର ଆତ୍ମାର ସଦଗତି କାମନା କରାଯାଇଥିଲା । ପୁଲୱାମା ସହୀଦଙ୍କ ବଳିଦାନ ଆଗାମୀ ଯୁବ ପିଢୀକୁ ରାଷ୍ଟ୍ରବାଦରେ ଅନୁପ୍ରାଣିତ କରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ମାତୃଦତ ମହାନ୍ତି, ବୀରେନ୍ଦ୍ର ଦାସ, ମଳୟ ସାହୁ, ରଶ୍ମୀରଞ୍ଜନ ସ୍ୱାଇଁ, ନିରଞ୍ଜନ ପରିଡା ପ୍ରମୁଖ ସାମ୍ବାଦିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.