Saturday , August 13 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକ ୨ନଂ ଜିଲ୍ଲା ପରିଷଦ ଜୋନରେ ନବାଗତ ତ୍ରିମୁଖୀ ଲଢେଇ

ରଘୁନାଥପୁର ବ୍ଲକ ୨ନଂ ଜିଲ୍ଲା ପରିଷଦ ଜୋନରେ ନବାଗତ ତ୍ରିମୁଖୀ ଲଢେଇ

ରଘୁନାଥପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ରଘୁନାଥପୁର ବ୍ଲକର ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଭିନ୍ନ ପଂଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ରଘୁନାଥପୁର ବ୍ଲକର ୨ନଂ ଜିଲ୍ଲା ପରିଷଦ ଜୋନରେ ୩ଗୋଟି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମାନେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟଭିକ୍ଷା କରୁôଛନ୍ତି । ଏହି ବ୍ଲକର ଜିଲ୍ଲା ପରିଷଦ ୨ନଂ ଜୋନରେ ଗତ ୨୦୧୭ ମସିହାରେ ବିଜେପିି ପ୍ରାର୍ଥୀ ମାନସ କୁମାର ମହାପାତ୍ର (ସାଇ)ଙ୍କୁ ୧୫୦ରୁ ଉଦ୍ଧ୍ୱର୍ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଡେଜାଲିନ ମହାପାତ୍ର ବିଜୟୀ ହୋଇଥିଲେ । ଏହି ଆସନଟିକୁ ବିଜେଡି ଠାରୁ ଛଡାଇ ନେବାକୁ ବିଜେପି ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଛ ନିର୍ମଳ ଭାବମୂର୍ତି , ବ୍ୟକ୍ତିତ୍ୱ ଏବଂ ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣ ଯୋଜନା ବିଶେଷତ୍ୱ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଏବଂ ମମତା ଠାରୁ ହରିଶଚନ୍ଦ୍ର ଲୋକାଭିମୁଖୀ ଯୋଜନାର ସୁଫଳ ସମ୍ପର୍କରେ କହି ଭୋଟରମାନଙ୍କୁ ଆପଣାଇବାକୁ ବିଜେଡି ପକ୍ଷରୁ ପ୍ରାଣମୂର୍ଛା ଉଦ୍ୟମ ଚାଲିଛି । ଅନ୍ୟପକ୍ଷରେ ଏହି ଆସନଟିକୁ ବିଜେଡି ହାତରୁ ଛଡାଇ ନେବାକୁ ବିଜେପି ପ୍ରାର୍ଥୀ ଉଦ୍ୟମ ଚଳାଇଛି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିତ୍ୱ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଭୋଟରମାନଙ୍କୁ ନିଜ ସପକ୍ଷରେ ନେବାକୁ ବିଜେପି ଉଦ୍ୟମ ଚଲାଇଛି । ରଘୁନାଥପୁର ବ୍ଲକର ଏହି ୨ନଂ ଜିଲ୍ଲା ପରିଷଦ ଜୋନଟି ବିଜେଡିର ଦୁର୍ଗ ଅଟେ । ଗତ ୨୦୧୭ ନିର୍ବାଚନରେ ବିଜେପି ବିଜେଡି ଠାରୁ ପରାଜିତ ହୋଇଥିଲା । ମାତ୍ର ଚଳିତ ନିର୍ବାଚନରେ ଏହି ଆସନଟିକୁ ନିଜ ପୂର୍ବବତ୍ ନିଜ ଦଖଲରେ ଆଣିବାପାଇଁ ବିଜେଡି ପକ୍ଷରୁ ଏକ ନବାଗତ ପ୍ରାର୍ଥୀଙ୍କୁ ଛିଡା କରାଯାଇଛି । ଏହି ୨ନଂ ଜିଲ୍ଲା ପରିଷଦ ଜୋନଟି ଛପଡା, ବିଦ୍ୟାଧରପୁର, ରେଢୁଆ, ପୁରୁଣାବସନ୍ତ, ଚିକିଣିଆ, ସାଦେଇପୁର, ଅଢେଇକୂଳ, ରାଢଙ୍ଗ, ତଅଁରା, ଏରଡଙ୍ଗା ଆଦି ୧୦ଗୋଟି ପଂଚାୟତକୁ ନେଇ ଗଠିତ । ଏହି ଜିଲ୍ଲା ପରିଷଦ ୨ନଂ ଜୋନରେ ବିଜୁ ଜନତା ଦଳ ପକ୍ଷରୁ ଇତିଶ୍ରୀ ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କନକଲତା ସେଠୀ, ବହୁଜନ ସମାଜ ପାର୍ଟି ସୁଚିତ୍ରା ଭୋଇ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲିପିକା ମଲ୍ଲିକ ଦଳ ପ୍ରାର୍ଥୀ କରିଅଛି । କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ହୋଇଥିବା ପ୍ରାର୍ଥୀମାନେ ନବାଗତ ଅଟନ୍ତି । ୪ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି । କଂଗ୍ରେସ ପ୍ରାର୍ଥୀ କନକଲତା ସେଠୀ ଘର ଘର ବୁଲି ବିଜେଡି ବିଜେପି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଓ କେନ୍ଦ୍ର ସରକାରଙ୍କର ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି, ଗରିବ ମଧ୍ୟବୀତ ବିରୋଧୀ ସରକାର ହେଉଛି ମୋଦି ସରକାର, ବିଜେଡି ସରକାର ୨୨ବର୍ଷ ମଧ୍ୟରେ ରାଜ୍ୟରେ ବେକାରି ବୃଦ୍ଧି ପାଇଛି ଓ କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି ଜୋନରେ ଥିବା ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଚାଷୀର ବହୁ କଷ୍ଟରେ ଅର୍ଜିତ ଧାନ ଫସଲ ନିଜ ଖଳାରେ ପଡିଥିଲେ ମଧ୍ୟ ମଣ୍ଡିରେ ଚାଷୀଙ୍କଠାରୁ ଧାନ ନିଆଯାଉନାହିଁ । ପଂଚାୟତମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଅଛି । ଏହି ଜୋନର ସମସ୍ତ ପଂଚାୟତରେ ପାନୀୟଜଳ ପ୍ରକଳ୍ପରୁ ଟାଟା ପାୱାର କମ୍ପାନୀ ବିଦୁ୍ୟତ ସଂଯୋଗ ବିଛେଦ କରିଥିବାରୁ ୩ମାସ ହେଲା ହଜାର ହଜାର ଜନସାଧାରଣ ପାନୀୟଜଳ ପାଇ ପାରୁନାହଁନ୍ତି ବୋଲି ଭୋଟରମାନଙ୍କୁ କଂଗ୍ରେସ ପ୍ରାର୍ଥୀ କନକଲତା ସେଠୀ ଅବଗତ କରାଇ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଚଳାଉଛନ୍ତି । ସେହିପରି ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଇତିଶ୍ରୀ ମଲ୍ଲିକ ଜଣେ ଦକ୍ଷ ସମାଜସେବିକା ଭାବେ ବେଶ ପରିଚିତ । ତାଙ୍କର ସ୍ୱାମୀ ଜଣେ ପୂର୍ବତନ ସରପଂଚ ଭାବେ ବେଶ ସୁନାମ ରିହିଛି ଏବଂ ସେ ଜଣେ ବିଜେଡିର ବରିଷ୍ଠ ନେତା ଭାବେ ଏ ଅଂଚଳରେ ବେଶ ଜନପ୍ରିୟତାକୁ ପାଥେୟ କରିବା ସହିତ ବିଜେପି ଭୋଟ, କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ଆଣି ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଜେଡି ପ୍ରାର୍ଥୀ ଇତିଶ୍ରୀ ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କର ଜନପ୍ରିୟତା ମହିଳା ସଶକ୍ତିକରଣ, ବିଜୁ ଶ୍ରମିକ ଯୋଜନା, ବିଜୁ ପକ୍କାଘର, କାଳିଆ ଯୋଜନା, ମୋ ସ୍କୁଲ ଯୋଜନା ଇତ୍ୟାଦିକୁ ପାଥେୟ କରି ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ଘର ଘର ବୁଲି ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ଶ୍ରୀମତି ମଲ୍ଲିକ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନପ୍ରିୟତାକୁ ପାଥେୟ କରିବା ସହିତ ବିଜେଡି ସରକାର ୨୨ବର୍ଷରେ ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର, ହତ୍ୟା, ଡକାୟତି, ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବା ସହିତ ରାଜ୍ୟରେ ମାତୃ ଜାତି ସୁରକ୍ଷିତ ନୁହଁନ୍ତି ବୋଲି ବିଜେପି ପ୍ରଚାରର ଅସ୍ତ୍ର କରିଛି । ଏହା ସହିତ ବର୍ଷାଦିନେ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇନ ପାରିବାରୁ ଅନେକ ଗ୍ରାମ ପାଣି ଘେରରେ ରହିବା ସହିତ ହଜାର ହଜାର ଚାଷୀଙ୍କର ଚାଘଜମି ଜଳମଗ୍ନ ହୋଇ ଫସଲ ନଷ୍ଟ କରୁଅଛି । ଏହି ଉଦବୃତ ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା କରାଯାଉନାହିଁ । ପ୍ରକୃତ ଗରିବ, ଅସହାୟ, ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ବାଦ୍ଧ୍ୟର୍କ ଭତା ଯୋଗାଇ ଦିଆଯାଉନାହିଁ । ଶହଶହ ଗରିବ ଚାଳଛପର ଭଙ୍ଗା କୁଡିଆ ଘରେ ବାସ କରୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ କରାଯାଇ ଆର୍ଥିକ ସ୍ୱଛଳ, ଧନୀ ବ୍ୟକ୍ତିମାନଙ୍କୁ ଆବାସ ଯୋଜନାରେ ଘର ଯୋଗଇ ଦିଆଯାଉଅଛି । ପଂଚାୟତ ମାନଙ୍କରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଅଛି । ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇ କୋଟି କୋଟି ଟଙ୍କା ବିଲ୍ କରି ନିଆ୍ୟାଇଛି । ଏହାଛଡା ରଘୁନାଥପୁର ବ୍ଲକରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ବିରୁଦ୍ଧରେ ଭୋଟରମାନଙ୍କୁ ସଚେତନ କରାଇ ନିଜ ସପକ୍ଷରେ ଆଣିବା ପାଇଁ ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ ଗାଁ ଗାଁ ବୁଲି ଭୋଟ ପ୍ରଚାର ଚଲାଇଛନ୍ତି । ସେହିପରି ବହୁ ଜନ ସମାଜ ପାର୍ଟି ପ୍ରାର୍ଥୀ ସୁଚିତ୍ର ଭୋଇ ମଧ୍ୟ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି । ତେବେ ଆସନ୍ତା ୨୨ତାରିଖରେ ଭୋଟରମାନେ ଏହି ଆସନରେ କାହା ମୁଣ୍ଡରେ କଳସ ଢାଳିବେ ତାହା ଜଣାପଡିବ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.