Tuesday , August 16 2022
Breaking News
Home / ବିଶେଷ / ପିଠା ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଆଣିଲା ଦୂର୍ଭାଗ୍ୟ

ପିଠା ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଆଣିଲା ଦୂର୍ଭାଗ୍ୟ

ଖବର ପ୍ରକାଶ ପରେ ସୌଭାଗ୍ୟ ଯୋଜନା ଇଏମଆଇ ବଦଳରେ ବକେୟା ଦର୍ଶାଇଲା କମ୍ପାନୀ

ଗରଦପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)- ସରକାରୀ ଯୋଜନା ଚାଲୁଛି କିପରି ତାହା ଏବେ ପଦାକୁ ଆସିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଭୋଟ ହାତେଇବା ପାଇଁ ପିଠା ଯୋଜନା ରେ ଅନେକ ବିଦ୍ୟୁତ ସଂଯୋଗ ଦେଇଥିଲେ । ଏହି ଯୋଜନାରେ କୌଣସି କାଗଜ ପତ୍ର କିମ୍ବା ଟଙ୍କା ଦାଖଲ କରିବାକୁ ପଡ଼ିବ ନାହିଁ , କେବଳ ଆଧାର କାର୍ଡ଼ ର ନକଲ ଦାଖଲ କଲେ ବିଦ୍ୟୁତ ସଂଯୋଗ ଦିଆଯାଉଥିଲା । ଏଥିପାଇଁ ହେଉଥିବା ସମସ୍ତ ବ୍ୟୟ ସରକାର ବହନ କରିଥିଲେ । ୨୦୧୯ ମସିହା ଜାନୁଆରୀ ମାସରେ ଏହି ଯୋଜନାରେ ଲୋକ ମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ଏହି ପିଠା ଯୋଜନାରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକମାନେ ଖୁସି ଯୋଇଥିଲେ । ପ୍ରକୃତରେ ଏହା ଥିଲା ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର – ସୌଭାଗ୍ୟ ଯୋଜନା ’ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ହେଲେ ବିଦ୍ୟୁତ ସଂଯୋଗର ୩ ବର୍ଷ ପରେ ୨୦୨୨ ଜାନୁଆରୀ ମାସ ବିଲ ରେ ସୌଭାଗ୍ୟ ଯୋଜନା ଇଏମଆଇ ୧୪୦ ଟଙ୍କା ଲେଖା ପ୍ରତି ପିଠା ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ଠାରୁ ଆଦାୟ କରବା ପାଇଁ ବିଲ ଦିଆଯାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହିତ ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ୫ ଟି ସଚୀବ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏବେ ଫେବୃଆରୀ ମାସ ବିଲ ରେ ଆଉ ସୌଭାଗ୍ୟ ଯୋଜନା ଇଏମଆଇ ଦର୍ଶାନଯାଇ ଏରିଅର (ବକେୟା) ବୋଲି ଦର୍ଶାଯାଇ ପିଠା ଯୋଜନା ଗ୍ରାହକ ମାନଙ୍କୁ ବିଲ ଦିଆଯାଉଥିବା ଅଭିଯୋଗ ଆସିଛି । ପ୍ରକୃତରେ ଦେଖିବାକୁ ଗଲେ ପିଠା ଯୋଜନା (ସୌଭାଗ୍ୟ ଯୋଜନା)ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକମାନଙ୍କ ପାଇଁ ଦୂର୍ଭାଗ୍ୟ ଆଣି ଦେଇଛି । ଏଥିପ୍ରତି ଏହି ଯୋଜନାର ବିଦ୍ୟୁତ ଗ୍ରାହକମାନେ ପୁନର୍ବାର ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ , ୫ ଟି ସଚୀବ ଓ ଶକ୍ତି ସଚୀବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ଟାଟା ପାୱାର ଜରିଆରେ ସରକାରଙ୍କର ଏହା ନିର୍ବାଚନ ଭେଟି ବୋଲି ଲୋକେ ଲଘୁ ମନ୍ତବ୍ୟ / ଟାହି ଟାପରା କଲେଣି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.