Tuesday , August 9 2022
Breaking News
Home / ବିଶେଷ / ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ – ଅଭିଯୁକ୍ତ ଫେରାର

ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ – ଅଭିଯୁକ୍ତ ଫେରାର

ଗରଦପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ପାଖଡ଼ ପଂଚାୟତରେ ଅବସ୍ଥିତ  ଏକ ଗ୍ରାମର ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଛାତ୍ରୀ ଛଦ୍ମନାମ କମଳା (୧୫) ଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି ।  ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପାଖଡ଼ ପଂଚାୟତ ଅଂଚଳର ଝୀଅ କମଳା ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗତକାଲି ସ୍କୁଲ ରୁ ଆସି କମଳା ଏକୁଟିଆ ଘରେ ଥିଲେ । ତାଙ୍କ ମା ସ୍ୱୟଂ ସହାୟକ ଗୋଷ୍ଠିର ବୈଠକରେ ଯୋଗ ଦେବାକୁ ଗ୍ରାମ ଦେବତୀ ଙ୍କ ପିଠକୁ ଯାଇଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୪ ଟା ସମୟରେ ତାଙ୍କ ସାହିର ଜଣେ ଯୁବକ କୁନୁ (୨୫) ତାଙ୍କ ଘରକୁ ଆସି ରୀନା ଙ୍କୁ ପଛପଟୁ କୁଣ୍ଢାଇ ଧରିଥିଲେ । ରୀନା ଙ୍କ ପାଟିକୁ ହାତ ଦେଇ ବନ୍ଦ କରିଦେଇଥିଲେ ।  ରୀନା କୁ ଦୁଷ୍କର୍ମ କରିବା ଉଦ୍ୟମ କରୁଥିବାବେଳେ ରୀନା ଚିତ୍କାର କରିଥିଲା । ରୀନାର ୧୧ ବର୍ଷର ସାନ ଭାଇ ଦୌଡ଼ି ଦୌଡ଼ି ଯାଇ ସ୍ୱୟଂ ସହାୟକ ଗୋଷ୍ଟିର ବୈଠକ ରେ ଉପସ୍ଥିତ ଥିବା ତାର ମା କୁ କହିଥିଲା । ତତକ୍ଷଣାତ୍ ତାର ମା ଘରେ ପହଂଚି ଦୁଷ୍କର୍ମ ଉଦ୍ୟମ ସମ୍ପର୍କରେ ଝୀଅ ଠାରୁ ଜାଣିବାକୁ ପାଇଥିଲା । ପରିବାର ସହ ଝୀଅ ଥାନାରେ ପହଂଚି ଏ ସମ୍ପର୍କରେ ଲିଖିତ ଅଭିଯୋଗ ଦାୟର କରିଥିଲା । ପୋଲିସ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଫେରାର ଥିବା ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.