ତାରପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତରେ ବିଜେଡ଼ି ର ସୁ ସଂଗଠକ ତଥା ସରପଂଚ ପ୍ରାର୍ଥିନୀ ଶ୍ରୀମତୀ ସୁଷମା ମଲିକ୍ ନିଜର ପ୍ରଚାର ଅଭିଯାନ ଯୋରଦାର କରିଛନ୍ତି । ନିର୍ବାଚନ କୁ ଆଉ ଦିନ କେତୋଟି ବାକି ଥିବାବେଳେ ସେ ଘରକୁ ଘର ବୁଲି ନିଜର ଲଙ୍ଗଳ ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟିବା ସହିତ ଭୋଟର ମାନଙ୍କ ଠାରୁ ଭୋଟ ଭିକ୍ଷା କରୁଛନ୍ତି । ଏଠାରେ ଏକାଧିକ ପ୍ରାର୍ଥି ନିର୍ବାଚନ ଲଢ଼ୁଥିଲେ ବି ସୁଷମା ଙ୍କ ପ୍ରତି ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି । ଆସନ୍ତା ନିର୍ବାଚନରେ ବିଜୟ ଲାଭ କଲେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ତୃଣମୂଳ ସ୍ତରରେ ନସ୍ୱାଥଁପର ଭାବେ କାର୍ଯ୍ୟକାରୀ କରିବା ସହିତ ଆଗାମୀ ଦିନରେ ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ଗଢ଼ି ତୋଳିବାକୁ ଲକ୍ଷ ରଖିଛନ୍ତି । ୧୪ ୱାର୍ଡ଼ ବିଶିଷ୍ଟ ତାରପୁର, ଅଛୁତପୁର, ଗୋକଳପୁର, ହରିଶପୁର, ଖଣ୍ଡତରୀକୁ ନେଇ ଗଠିତ ଏହି ପଂଚାୟତରେ ୩୯୮୦ ଭୋଟର ଆଗାମୀ ନିର୍ବାଚନରେ ସେମାନଙ୍କ ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର