ତାରପୁର, ୧୩/୦୨/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତରେ ବିଜେଡ଼ି ସମର୍ଥିତ ସରପଂଚ ପ୍ରାର୍ଥି ବିଷ୍ଣୁ ଚରଣ ସେଠୀ ଓ ସମିତି ସଭ୍ୟ ପ୍ରାର୍ଥି ବିଚିତ୍ର କୁମାର ସ୍ୱାଇଁ ନିଜର ପ୍ରଚାର ଅଭିଯାନ ଯୋରଦାର କରିଛନ୍ତି । ସେମାନେ ଉଭୟ ମିଶି ପଂଚାୟତର ଘରକୁ ଘର ବୁଲି ନିଜର ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟୁଛନ୍ତି । ଏଥି ସହିତ ଆଗାମୀ ପଂଚାୟତ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ଭୋଟର ମାନଙ୍କ ଠାରୁ ଆଶିର୍ବାଦ କାମନା କରୁଛନ୍ତି । ଉଭୟ ଦୁଇ ଜଣ ଯାକ ପଂଚାୟତର ଭଦ୍ରବ୍ୟକ୍ତି ଭାବରେ ସୁନାମ ଥିବାରୁ ତାହାକୁ ବଜାୟ ରଖି ନିର୍ବାଚନରେ ବିଜୟ ଲାଭ କରିବା ସହିତ ଲୋକମାନଙ୍କୁ ନିସୱାର୍ଥପର ସେବା ଯୋଗାଇ ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ଗଢ଼ି ତୋଳିବାକୁ ଲୋକମାନଙ୍କୁ ପ୍ରତିଶଅତି ଦେଉଛନ୍ତି । ଶ୍ରୀ ବିଷ୍ଣୁ ଚରଣ ସେଠୀ ୨୦୧୨ ରୁ ୧୭ ଏହି ପଂଚାୟତର ସରପଂଚ ରହି ଅନେକ କାମ କରିଥିବାବେଳେ ତାଙ୍କର ଅଧୁରା ସ୍ୱପ୍ନ କୁ ପୁରା କରିବା ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ଦଳ ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପୁଣି ଆସ୍ଥା ପ୍ରକଟ କରିଛି । ଏହି ପଂଚାୟତରେ ୫ ଜଣ ସରପଂଚ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସମିତି ସଭ୍ୟ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ସୂଚନା ଯୋଗ୍ୟ କି ୧୩ ଟି ୱାର୍ଡ଼ ବିଶିଷ୍ଟ ଚିକିଣିଆ,କଳାଧାରୀ,ଏରଣ୍ଡପାଳ ଗ୍ରାମକୁ ନେଇ ଗଠିତ ଏହି ପଂଚାୟତରେ ୨୭୩୬ ଭୋଟର ଆଗାମୀ ନିର୍ବାଚନରେ ସେମାନଙ୍କ ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର
Check Also
ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ
କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …