Saturday , August 13 2022
Breaking News
Home / ତାଜା ଖବର / ୨୦ କେଜି ଗଞ୍ଜେଇ , ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ , ୨ ଗଞ୍ଜେଇ ବେପାରୀ ଗିରଫ

୨୦ କେଜି ଗଞ୍ଜେଇ , ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ , ୨ ଗଞ୍ଜେଇ ବେପାରୀ ଗିରଫ

କଟକ, ୧୨/୦୨/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି  ୨ ଜଣ ଗଞ୍ଜେଇ ବେପାରୀ । ସେମାନଙ୍କ ଠାରୁ ୨୦ କେଜି ୫୦୦ ଗ୍ରାମର ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା , ୨ ଟି ମୋବାଇଲ ଫୋନ୍, ସୁନା ଗହଣା ଓ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି  ଜବତ ହୋଇଛି। ଖବର ଅନୁଯାୟୀ, ଲିଙ୍କରୋଡ଼ରେ ଥିବା ବିଏସଏନଏଲ ଅଫିସ ନିକଟରେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟିରେ ଜରି ବସ୍ତାରେ ଗଞ୍ଜେଇ କାରବାର କାରବାର କରିବା ପାଇଁ ବୈୟାଳିସ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ର ବାବୁ ଆଲିଆସ ନାରାୟଣ ପତି (୪୪) ଓ ତାଙ୍କ ସହଯୋଗୀ କଲ୍ୟାଣୀନଗରର ଅବକାଶ ସ୍ୱାଇଁ (୩୪) କାହାକୁ ଅପେକ୍ଷା କରିଥିବା ବାଦାମବାଡ଼ି ଥାନାକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିବା ପରେ ବାଦାମବାଡ଼ି ପୋଲିସ ଆରମ୍ଭ କରିଥିଲା ଅପରେସନ । ଦୁଇ ଅଭିଯୁକ୍ତ ଙ୍କ ନିକଟରୁ ୨୦ କେଜି ୫୦୦ ଗ୍ରାମର ଗଞ୍ଜେଇ ଜବତ  ହେବା ପରେ କଟକ ୪୨ ମୌଜା ର ଝିଙ୍କିରିଆ ରେ ପୋଲିସ ଚଢାଉ କରି ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଓ ସୁନା ଗହଣା ମଧ୍ୟ ଜବତ କରିଥିଲା। ଏତେ ପରିମାଣର ଗଞ୍ଜେଇ ଓ ନଗଦ ଟଙ୍କା କିପରି ଆସିଲା ସେନେଇ ପୋଲିସ  ଛାନଭିନ୍ ଜାରି ରଖିଛି । ଗିରଫ ବାବୁ ଆଲିଆସ ନାରାୟଣ ପତି ନାମରେ ମଧୁପାଟଣା, ପୁରୀଘାଟ, ସଦର  ଓ ବାଦାମବାଡ଼ି ଥାନାରେ ୬ ଟି ମାମଲା ରହିଥିବାବେଳେ ସହଯୋଗୀ ଅବକାଶ ସ୍ୱାଇଁ ନାମରେ ବାଦାମବାଡ଼ି ଥାନାରେ ଗୋଟିଏ ମାମଲା ରହିଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.