Saturday , August 13 2022
Breaking News
Home / ବିଶେଷ / ହରିଦାସପୁର-ପାରାଦୀପ ରେଳ ଲାଇନରେ କଟି ଯୁବକଙ୍କ ମୃତ୍ୟୁ

ହରିଦାସପୁର-ପାରାଦୀପ ରେଳ ଲାଇନରେ କଟି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ୧୨/୦୨/୨୦୨୨ (ଓଡ଼ିଶା ସମାଚାର)- ହରିଦାସପୁର – ପାରାଦୀପ ରେଳ ଲାଇନରେ କଟିଯାଇ ଜନୈକ ଯୁବକଙ୍କ ମୃତୁ୍ୟ ହୋଇଯାଇଥିବା ସଦର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହି ରେଳପଥର କଜଳା ନିକଟସ୍ଥ ରେଳ ଲାଇନ ଉପରେ ଶନିବାର ସକାଳେ ଜଣେ ଯୁବକଙ୍କ ମୃତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଜି.ଆର.ପି. ପୋଲିସକୁ ଏସମ୍ପର୍କରେ ଖବର ଦେଇଥିଲା । ଖବରପାଇ ଜି.ଆର.ପି. ପୋଲିସ ସେଠାରେ ପହଂଚି ମୃତ ଯୁବକର ଶବକୁ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର କେଶବ ବେହେରାଙ୍କ ପୁଅ ମକରା ଓରଫ ହରିଶଚନ୍ଦ୍ର ବେହେରା(୨୧) । ଶୁକ୍ରବାର ରାତିରେ ମକରା ସେଠାକୁ ଯାଇ କୌଣସି କାରଣ ବଶତଃ ସେହି ରେଳପଥରେ ରେଳ ଯାଉଥିବା ବେଳେ ରେଳଗାଡି ସମ୍ମୁଖକୁ ଚାଲିଯିବାରୁ ଏଭଳି ଦୂର୍ଘଟଣା ଘଟିଥାଇ ପାରେ ବୋଲି ଜି.ଆର.ପି. ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.