Saturday , August 13 2022
Breaking News
Home / ବିଶେଷ / ରେଳବାଇ ର ବିକାଶଦିଗରେ ଶ୍ରମିକ ମାନଙ୍କ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି

ରେଳବାଇ ର ବିକାଶଦିଗରେ ଶ୍ରମିକ ମାନଙ୍କ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି

ଜଗତପୁର ,୧୨/୦୨/୨୦୨୨(ଓଡିଶା ସମାଚାର / ଅଭୟ ଜେନା )- କଟକ ଜଗତପୁର ଠାରେ ରେଳୱେ ଶ୍ରମିକ ସଂଗଠନ ର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶ ରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଅନୁଷ୍ଠିତ ପ୍ରେସମିଟ ରେ ଉପସ୍ଥାପନା କରାଯାଇଥିଲା। ସମାବେଶ ରେ ଯୋଗଦେଇ ଥିବା ଅତିଥି ଓ଼ ଵକ୍ତା  ମାନେ  କହିଥିଲେ ଯେ, ଦେଶରେ ରେଳ ମନ୍ତ୍ରଣାଳୟ ମାଲଗାଡ଼ି ରୁ ୭୦.୧ଆୟ ହେଉଥିବା ବେଳେ ପାସେଞ୍ଜର ଗାଡ଼ିରୁ ୧୦ଭାଗ କ୍ଷତି ରେ ଥାଇ ମଧ୍ୟ ଦେଶରେ ରେଳ ଶକ୍ତି ର ଦ୍ରୁତ ବିକାଶ ଘଟିଛି । ମାଲଗାଡ଼ି ଯୋଗୁଁ ଆୟ ବୃଦ୍ଧି ଘଟିବା ପାଇଁ ରେଳ ଶ୍ରମିକ ମାନଙ୍କର ଦେଶ ପାଇଁ  ଗୁରୁତ୍ୱ ପୂର୍ଣ୍ଣ ଯୋଗଦାନ ରହିଛି । ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ମିଳିପାରିନାହିଁ  । ସେମାନେ ଶୋଷିତ ଓ ଅବହେଳିତ ଅବସ୍ଥା ରେ ରହିଥିଲେ । ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ହକ ପ୍ରଦାନ ପାଇଁ ୧୯୯୮ରେ ଏହି ସଂଘ ଗଠନ କରାଯାଇଥିଲା । ସଂଘ ର ପ୍ରତିଷ୍ଠାତା ତଥା ପିତାମହ ଅରୁଣ କୁମାର ପାଶ୍ବାନ, ସଭାପତି ସୁନୀଲ କୁମାର ପାଶ୍ବାନ, ରାଷ୍ଟ୍ରୀୟ ପ୍ରଭାରୀ ମନୋରଞ୍ଜନ କୁମାର ପ୍ରମୁଖ ଶ୍ରମିକ ମାନଙ୍କୁ ହକ ପ୍ରଦାନ ପାଇଁ  ଲଢେଇ ଜାରି ରଖିଛନ୍ତି । ଭାରତୀୟ ରେଳ ଶ୍ରମିକ ସଂଘର ବୈଠକ ମଧ୍ୟ କଟକ ରେ କାରାଯାଇ ପାରିଛି  । ଏଥିରେ ଓଡିଶା, ଆନ୍ଧ୍ର, ପଶ୍ଚିମ ବଙ୍ଗ ପ୍ରଭାରୀ ମନମୋହନ ସେଠୀ, ଆନ୍ଧ୍ର ପ୍ରଦେଶ ସଭାପତି ଓଡିଶା ଡିଭିଜନ ଶୁଭ୍ର ଜ୍ୟୋସ୍ନା ମହାନ୍ତି, ଅବଦୁଲ ଆରଫିନ ଆନ୍ଧ୍ର  ପ୍ରଦେଶ ଡ଼ିଭିଜନାଲ ପ୍ରେସିଡେଣ୍ଟ ପ୍ରମୁଖ ଯୋଗ ଦେଇଥିଲେ  । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.