Tuesday , August 9 2022
Breaking News
Home / ନିର୍ବାଚନ / ରଘୁନାଥପୁର ଜୋନ୍ ୨ ବିଜେପି ପ୍ରାର୍ଥି ଙ୍କ ପ୍ରଚାର 

ରଘୁନାଥପୁର ଜୋନ୍ ୨ ବିଜେପି ପ୍ରାର୍ଥି ଙ୍କ ପ୍ରଚାର 

ରଘୁନାଥପୁର, ୧୧/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ଜୋନ୍ ୨ ବିଜେପି ଜିଲାପରିଷଦ ପ୍ରାର୍ଥି ଶ୍ରୀମତୀ ଲିପିକା ମଲିକ୍ ବିଭିନ୍ନ ପଂଚାୟତରେ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି । ଆଜି ସେ ରେଢ଼ୁଆ ପଂଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତିତ । ଏହି ଜୋନ୍ ରେ ବିଜେପି, କଂଗ୍ରେସ, ବିଜେଡ଼ି ନିଜ ନିଜ ପ୍ରାର୍ଥି ଦେଇଥିବାବେଳେ ମୁଖ୍ୟତଃ ବିଜେପି ଓ ବିଜେଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଲକ୍ଷ କରାଯାଉଛି । ଗତ ପଂଚାୟତ ନିର୍ବାଚନରେ ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇ ବିଜେଡ଼ି ୭୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲା । ତେବେ ଚଳିତ ଥର ବିଜେପି ଏହାର ବଦଲା ନେବ ବୋଲି ଆଶଙ୍କା କରାଯାଉଥିବାବେଳେ ବିଜେଡ଼ି ର ପ୍ରଚାର ଧିମେଇ ଯାଇଥିବା ଲକ୍ଷ କରାଯାଉଛି । ଏପରିକି ଏହି ଜୋନ୍ ର ପ୍ରତ୍ୟେକ ପଂଚାୟତରେ ବିଜେଡ଼ି ର ଏକାଧିକ ପ୍ରାଥି ସଭ୍ୟ ଓ ସରପଂଚ ରେ ପ୍ରତିଦ୍ୱନ୍ଦିତା କରୁଥିବାରୁ ଅସନ୍ତୁଷ୍ଟ ବିଜେଡ଼ି ଭୋଟ ବିଜେପି ପାଇଁ ଆଶିର୍ବାଦ ସାଜିବ ବୋଲି ଆଲୋଚନା ହେଉଛି । ସାଦେଇପୁର, ଅଢ଼େଇକୂଳ, ରେଢ଼ୁଆ,ରାଢ଼ଙ୍ଗ, ତଅଁରା, ପୁରୁଣାବସନ୍ତ, ଏରଡ଼ଙ୍ଗା, ଛପଡ଼ା, ବିଦ୍ୟାଧରପୁର , ଚିକିଣିଆ ପଂଚାୟତର ୩୯ ହଜାର ଭୋଟର ଚଳିତ ନିର୍ବାଚନରେ ସେମାନଙ୍କ ପ୍ରତିନିଧି ବାଛିବେ । ବିଜେଡ଼ି ର ଇତିଶ୍ରୀ ମଲିକ୍, କଂଗ୍ରେସର କନକ ଲତା ସେଠୀ ପ୍ରତିଦ୍ୱନ୍ଦିିତାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ର ପ୍ରଚାର ଅଭିଯାନରେ ସୁଶାନ୍ତ ମହାନ୍ତି, ସୁମାଂଶୁ ଜେନା, ଲୁଭେନ୍ଦୁ ମିଶ୍ର, ଗଣେଷ ବେହେରା, ପ୍ରିୟରଂଜନ ମହାପାତ୍ର, ପ୍ରଭଂଜନ ମଲିକ, ଅଶୋକ ନାୟକ, ଭାଷ୍କର ଜେନା ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.