କଟକ ସଦର, ୧୧/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ୮,୨୮୦ ଭୋଟର ସଂଖ୍ୟା ବିଶିଷ୍ଟ ୨୩ ଗୋଟି ୱ।ର୍ଡକୁ ନେଇ ଗଠିତ ପ୍ରମୁଖ କନ୍ଦରପୁର ପଞ୍ଚାୟତର ସରପଞ୍ଚ ଆସନରେ ଅଣସଂରକ୍ଷିତ ମହିଳା ଆସନରେ ୪ ଜଣ ପ୍ରାର୍ଥିନୀ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଥିବା ଵେଳେ ସମିତି ସଭ୍ୟ ଭାଵେ ୭ଜଣ ରଣାଙ୍ଗନକୁ ଓହ୍ଲାଇ ଥିଵା ଦେଖା ଯାଇଛି।


ସମସ୍ତଙ୍କର ଜିତିଵାହାରିଵା ଉକ୍ତ ପଞ୍ଚାୟତ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଥିଵାରୁ ପ୍ରତିଦ୍ବନ୍ଦିତା ଯୋରଦାର ହେଉଛି।ସରପଞ୍ଚ ଭାଵେ ବର୍ତ୍ତମାନର ସରପଞ୍ଚ ପ୍ରଫୁଲ୍ଲ ଭୋଇଙ୍କ ପତ୍ନୀ ରୁଵିନା ଭୋଇ ଲଢ଼ୁଥିବା ଵେଳେ ଅନ୍ୟ ତିନି ଜଣଙ୍କ ମଧ୍ୟରେ ପଞ୍ଚାୟତର ଵିଜେଡି ଆଵାହକ କାଳନ୍ଦୀ ସ୍ୱାଇଁ ଙ୍କ ସମର୍ଥିତ ପ୍ରାର୍ଥିନୀ ଭାଵେ ଲକ୍ଷେଶ୍ୱରୀ ଜେନା,ପୂର୍ଵତନ ସରପଞ୍ଚ ପ୍ରମୋଦ ରାଉତଙ୍କ ସମର୍ଥିତ ପ୍ରାର୍ଥିନୀ ସୁଭାସିନୀ ରାଉତ ଙ୍କ ସହ ଅନ୍ୟ ଜଣେ ସରୋଜିନୀ ମହାପାତ୍ର ପ୍ରମୁଖ ପରସ୍ପର ମଧ୍ୟରେ କଡା ଟକ୍କର ଦେଵାରେ ଲାଗି ପଡିଛନ୍ତି।ସେହିପରି ୭ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଜିତିଵା ପାଇଁ ନିଜ ନିଜର ରଣକୌଶଳ ଯୋରଦାର କରିଛନ୍ତି।ତେଵେ ସେ ଯାହା ହେଉନା କାହିଁକି ଵିଜେଡି ଵିଜେଡି ମଧ୍ୟରେ ଲଢେଇ ଏଵେ ରୋଚକ ମୋଡରେ ପହଞ୍ଚିଛି। ଓଡ଼ିଶା ସମାଚାର