Tuesday , August 9 2022
Breaking News
Home / ନିର୍ବାଚନ / ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ  ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ 

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ  ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ 

ଜଗତସିଂହପୁର ,୧୧/୦୨/୨୦୨୨ (ଓଡ଼ିଶା ସମାଚାର)- ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ  ପୋଲିସ   ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ୍ ପଟାଓରୀ କହିଲେ ଆସନ୍ତା ଫେବୃୟାରୀ ୧୬ ତାରିଖ ଠାରୁ ଜିଲ୍ଲାରେ ପଂଚାୟତ ନିର୍ବାଚନ ଆରମ୍ଭ ହେଉଛି । ପଂଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ  ପରିଚାଳନା ନିମନ୍ତେ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଉତମ ସମନ୍ୱୟର ଆବଶ୍ୟକତା ରହିଛି । ରାଜ୍ୟ ନିର୍ବାଚନ କମିଶନ ଜାନୁୟାରୀ ୧୧ ତାରିଖ ଠାରୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ଜିଲ୍ଲାରେ ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀ ମାନଙ୍କୁ ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କୁ ଜଗତସିଂହପୁର ଓ ବିରିଡି ବ୍ଲକ,ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱୀପଙ୍କୁ କୁଜଙ୍ଗ ଓ ଏରସମା ବ୍ଲକ,ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ରଘୁନାଥପୁର ଓ ତିର୍ତୋଲ ବ୍ଲକ ଏବଂ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତିଙ୍କୁ ବାଲିକୁଦା ଓ ନାଉଗାଁ ବ୍ଲକ ଦାୟିତ୍ୱ ପ୍ରଦାନ କରାଯାଇଛି । ବୈଠକରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ୱର ସିଂହ କହିଲେ ପୋଲିସ ଅଧିକାରୀ ମାନେ ସମସ୍ତ ବୁଥ୍ ପରିଦର୍ଶନ କରିଛନ୍ତି । ବି.ଡି.ଓ ଏବଂ ଆଇ.ଆଇ.ସିଙ୍କ ସମନ୍ୱୟରେ ନିର୍ବାଚନ ସଠିକ୍ ପରିଚାଳନା ହେବ । ଜିଲ୍ଲାରେ ୧୦୩ ଜଣ ଜିଲ୍ଲା ପରିଷଦ ସଭ୍ୟ,୬୫୮ ଜଣ ପଚଂୟତ ସମିତି ସଭ୍ୟ,୭୯୧ ଜଣ ସରପଂଚ ଓ ୫୫୭୦ ଜଣ ୱାର୍ଡ ମେମ୍ବର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏରସମା ବ୍ଲକର ଢିଙ୍କିଆ ପଂଚାୟତରେ ସରପଂଚ ଓ ୨୩ଟି ଓାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ । ଜିଲ୍ଲାରେ ୧୦୦୪ ଟି ଓାର୍ଡମେମ୍ବର ଓ ୨ଟି ପଂଚାୟତ   ଏରସମା ବ୍ଲକ ଗଡହରିଶପୁର ସମିତି ସଭ୍ୟ ଓ ବିରିଡି ବ୍ଲକ ପୁରଣ ସମିତି ସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରତି ପଂଚାୟତ ପାଇଁ ଜଣେ ଲେଖା ସେକ୍ଟର ଅଫିସର ,ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିୟୋଜିତ  ହୋଇଛନ୍ତି । ଜିଲ୍ଲାରେ ୭୫୦ଟି ସମ୍ବେଦନଶୀଳ ଓ ୨୨୯ ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଜିଲ୍ଲାରେ ୬୧୫ଟି ବୁଥ୍ରେ ମହିଳା ପୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି । ୮ଟି ବ୍ଲକରେ ୮ଟି ଡିସପରସାଲ ସେଂଟର କରାଯାଇଛି । ଷ୍ଟ୍ରଙ୍ଗରୁମ୍ ଓ କାଉଂଟିଙ୍ଗ ହଲ୍ ରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ସମସ୍ତ ସେନସିଟିଭ୍ ଓ ହାଇପର ସେନସିଟିଭ୍ ବୁଥ୍ ରେ ଭିଡିଓଗ୍ରାଫି କରାଯିବ । ନିର୍ବାଚନ ଆରମ୍ଭର ୩୬ ଘଂଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ରହିବ । ସେହିପରି ନିର୍ବାଚନ ଆରମ୍ଭର ୪୮ ଘଂଟା ପୂର୍ବରୁ ସଂପୃକ୍ତ ଅଂଚଳରେ ମଦ ଦୋକାନ ବନ୍ଦ ରହିବ । ସମସ୍ତ ବୁଥ୍ ପାଇଁ ଜଣେ ପୋଲିସ ପର୍ସୋନେଲ୍ ନିୟୋଜିତ ହେବେ । ଜିଲ୍ଲାରେ କୋଭିଡ୍-୧୯ କଟକଣା ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ । ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ  ଶ୍ରୀ ବିମଳେନ୍ଦୁ ରାୟ ଯୋଗଦେଇ କହିଲେ ସେକ୍ଟର ଅଫିସର ମାନେ ପ୍ରିଜାଇଡିଂ  ଅଫିସର ମାନଙ୍କୁ ଗାଇଡ୍ କରିବେ । ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଚକ୍ରଧର ମାହାଳି କାର୍ଯ୍ୟସୂଚୀ ଅନୁଯାୟୀ ବିଶଦ୍ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଜଗତସିଂହପୁର ଶ୍ରୀ ଉମେଶ କୁମାର ପଣ୍ଡା,ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନିମାଇଁ ଚରଣ ସେଠୀ,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଡି.ଏସ୍.ପି,ଡିଆଇବି,ସମସ୍ତ ବ୍ଲକର ବି.ଡି.ଓ,ତହସିଲଦାର,ସମସ୍ତ ଥାନାର ଆଇ.ଆଇ.ସି,ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.