Tuesday , August 9 2022
Breaking News
Home / ବିଶେଷ / ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ , ବାଲିଗୁଡ଼ା ରୁ ନିଖୋଜ ଛାତ୍ର ଭୁବନେଶ୍ୱର ରୁ ଉଦ୍ଧାର

ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ , ବାଲିଗୁଡ଼ା ରୁ ନିଖୋଜ ଛାତ୍ର ଭୁବନେଶ୍ୱର ରୁ ଉଦ୍ଧାର

ଭୁବନେଶ୍ୱର , ୧୧/୦୨/୨୦୨୨ (ଓଡ଼ିଶା ସମାଚାର)- ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳ ନୂଆସାହି ଅଞ୍ଚଳର ଭାର୍ଡିପଦା ଗ୍ରାମର ନିଖୋଜ ଦଶମ ଶ୍ରେଣୀ ଛାତ୍ର ବଳରାମ ସାହୁ (୧୬ ବର୍ଷ) ଭୁବନେଶ୍ବରରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘରେ ପାଠ ପଢା କଥାକୁ ନେଇ ସାମାନ୍ୟ ଝଗଡା ହୋଇଥିଲା । ଯାହା ଫଳରେ ବଳରାମ ସକାଳୁ ଟ୍ୟୁସନ ଯିବାକୁ କହି ଘରୁ ବାହାରି ଟ୍ୟୁସନ ଯାଇନଥିଲେ । ମହାସିଙ୍ଗଠାରେ ଏକ ଦୋକାନରେ ସାଇକେଲ ରଖି ବସ୍ ଯୋଗେ ଫୁଲବାଣୀରେ ପହଞ୍ଚିଥିଲେ । ସେଠାରୁ ଅସୁବିଧାରେ ଅଛି କହି ଜଣେ ସାଙ୍ଗଠାରୁ ୬୦୦ ଟଙ୍କା ଏକ ଦୋକାନ ଫୋନ୍ ପେ ସାହାଯ୍ୟରେ ମାଗିଥିଲେ । ପରେ ବସ୍ ଯୋଗେ ଭୁବେନେଶ୍ବରରେ ପହଞ୍ଚିଥିଲେ । ଜଳଖିଆ ଖାଇବା ସମୟରେ ଜଳଖିଆ ଦୋକାନୀକୁ କିଛି କାମ ମିଳିବ କି କହିବାରୁ ଜଳଖିଆ ଦୋକାନୀ ରାଜି ହୋଇ ତାକୁ ତାଙ୍କ ଘରେ ନେଇ ରଖିଥଲା । ଦୁଇ ଦିନ ପରେ ଜଳଖିଆ ଦୋକାନୀର ନମ୍ବରରୁ ଏକ ଅଡିଓ ହ୍ବାଟସଆପ୍ ମାଧ୍ୟମରେ ନିଜ ବଡ ଭାଇଙ୍କ ନିକଟକୁ ପଠାଇଥିଲେ । ମୁଁ ଭଲରେ ଅଛି, ମୋ ପାଇଁ ଚିନ୍ତାକର ନାହିଁ । ତାପରେ ମୋବାଇଲ ଅଫ ହୋଇଯାଇଥିଲା । ଏପରି ଖବର ଶୁଣିବା ପରେ ପରିବାର ଲୋକେ ବାଲିଗୁଡା ଥାନାରେ ଜଣାଇବା ସହ ସଙ୍ଗେ ସଙ୍ଗେ ଭୁବେନେଶ୍ବର ବାହାରି ଯାଇଥିଲେ ବଳରାମଙ୍କ ପରିବାରଲୋକ । ବଳରାମଙ୍କ ଅଜା ଭୁବନେଶ୍ବରରେ ରହୁଥିବାରୁ ତାଙ୍କ ବଳରାମକୁ ଉଦ୍ଧାର କରିବା ସହଜ ହୋଇଥିଲା ।
ସୂଚନା ଯୋଗ୍ୟ କି ଗତ ମଙ୍ଗଳ ବାର ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନଂ ଓ୍ବାର୍ଡ ନୁଆସାହି,ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬ ବର୍ଷ) ଟ୍ୟୁସନ୍ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲା । ଠିକ୍ ସମୟରେ ବଳରାମ ଘରକୁ ନଫେରିବାରୁ ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ୍ ନଯାଇ କେଉଁଆଡ଼େ ଚାଲିଯାଇଥିବା ଶୁଣିବାକୁ ପାଇଲେ । ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ଥାନା କେସ୍ ନଂ ୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.