Saturday , August 13 2022
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ତ୍ରୁଟିପୂର୍ଣ୍ଣ ବିଦୁ୍ୟତ୍ ବିଲ ର ପ୍ରାକ ମୋକଦ୍ଧମା ସମାଧାନ    
Close-up Of Male Judge In Front Of Mallet Holding Documents

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ତ୍ରୁଟିପୂର୍ଣ୍ଣ ବିଦୁ୍ୟତ୍ ବିଲ ର ପ୍ରାକ ମୋକଦ୍ଧମା ସମାଧାନ    

ଜଗତସିଂହପୁର ,୧୧/୦୨/୨୦୨୨ (ଓଡ଼ିଶା ସମାଚାର)- ତିର୍ତୋଲ ବ୍ଲକ ଅନ୍ତର୍ଗତ  ବ୍ରହ୍ମଣବାଡି ଗ୍ରାମର ମହେନ୍ଦ୍ର ସାହୁଙ୍କ ବିଦୁ୍ୟତ୍ ବିଲ କିଛି ମାସ ହେବ ଅଧିକ ଆସୁଥିଲା । ଏନେଇ ଶ୍ରୀ ସାହୁ ଟାଟା ପାଓାର କରପୋରେସନ୍ ର ବିଭାଗୀୟ ଅଧିକାରୀଙ୍କୁ ଏନେଇ ବାରମ୍ବାର ଅଭିଯୋଗ ଦେବା ପରେ ମଧ୍ୟ କିଛି ସମାଧାନ ହୋଇନଥିଲା । ଏନେଇ ଶ୍ରୀ ସାହୁ ଶେଷ ବିକଳ୍ପ ଭାବେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନଙ୍କ ନିର୍ଦ୍ଧେଶ କ୍ରମେ  ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ ଦରଖାସ୍ତକୁ ପଂଜିକରଣ କରି ଟାଟା ପାଓାରର ଉପଖଣ୍ଡ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍ ମାଧ୍ୟମରେ ହାଜର କରାଇଥିଲେ ଏବଂ ଆପୋଷ ବୁଝାମଣା ମାଧ୍ୟମରେ ମାମଲା ସମାଧାନ କରାଇବା ସହ ଶ୍ରୀ ସାହୁଙ୍କ ବର୍ଦ୍ଧିତ ବିଦୁ୍ୟତ ବିଲ୍ ହ୍ରାସ କରାଯାଇଥିଲା । ଏନେଇ ଶ୍ରୀ ସାହୁ ଉକ୍ତ ପ୍ରାକ୍ ମୋକଦ୍ଧମାରେ ସନ୍ତୋଷ ପ୍ରକାଶ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.