କଟକ, ୧୧/୦୨/୨୦୨୨ (ଓଡ଼ିଶା ସମାଚାର)- କ୍ରାଇମବ୍ରାଞ୍ଚ ଏସଟିଏଫ୍ କଟକ ସଦର ଅଞ୍ଚଳର କିଶୋର କୁମାର ମହାରଣାକୁ ଏସଟିଏଫ୍ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ୯ ଏମ୍ମ୍ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତ କିଶୋର ନିଜର ଦୁଇ ସହଯୋଗୀଙ୍କ ସହ ମିଶି ଗତ ୨୦୧୪ ଜୁନ୍ ମାସରେ ଚଣ୍ଡିଖୋଲ ବଜାରରେ ଦୀପକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହି ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ କିଶୋର ସେବେଠାରୁ ଫେରାର୍ ଥିଲା । ଦୀର୍ଘ ୮ ବର୍ଷ ହେଲା ଫେରାର ଥିବା କିଶୋର ପୋଲିସ୍ ରେକର୍ଡ଼ରେ ୱାଣ୍ଟେଡ ଥିଲା ।ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧୀ ଆଇନ ଆଧାରରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର
