Tuesday , August 9 2022
Breaking News
Home / ନିର୍ବାଚନ / ଉତରକୂଳ ରେ ଶୁଭାସିନୀ ଙ୍କ ପ୍ରଚାର ଅଭିଯାନ

ଉତରକୂଳ ରେ ଶୁଭାସିନୀ ଙ୍କ ପ୍ରଚାର ଅଭିଯାନ

ନିଶ୍ଚିନ୍ତକୋଇଲି, ୧୧/୦୨/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତ ରେ ସରପଂଚ ପ୍ରାର୍ଥିନୀ ଶୁଭାସିନୀ ବେହେରାଙ୍କ ପ୍ରଚାର ଅଭିଯାନ ଯୋର ଧରିଛି । ଏହି ପ୍ରଚାର ଅଭିଯାନରେ ସେ ପଂଚାୟତର ଘରକୁ ଘର ବୁଲି ନିଜର ଲଙ୍ଗଳ ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟିବା ସହିତ ନିର୍ବାଚନରେ ବିଜୟୀ ହେବା ପାଇଁ ଭୋଟର ମା ମାଉଷି, ଭାଇ ଭଉଣୀ ଗୁରୁଜନ ମାନଙ୍କ ଠାରୁ ଆଶିର୍ବାଦ କାମନା କରୁଛନ୍ତି । ଦୁର୍ନିତୀ ବିରୁଦ୍ଧରେ ସେ ଲଢ଼େଇ କରୁଥିବା ଓ ବିଜୟୀ ହେଲେ ଲୋକମାନଙ୍କୁ ନିସ୍ୱାର୍ଥପର ସେବା ଯୋଗାଇ ଦେବା ସହିତ ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ଗଢ଼ି ତୋଳିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ପ୍ରଚାର ରଣ ନୀତିରେ ପଂଚାୟତର ଭୋଟରମାନେ ତାଙ୍କ ଆଡ଼କୁ ଆକୃଷ୍ଟ ହେଉଥିବା ଚକ ବଜାରରେ ଚର୍ଚ୍ଚା ହେଉଅଛି । ପଂଚାୟତରେ ଯୁବା ତଥା ନୂତନ ପ୍ରତିନିଧି ଉପରେ ସାଧାରଣ ଜନତା ଗୁରୁତ୍ୱ ଦେଉଛନ୍ତି । ସୂଚନା ଯୋଗ୍ୟ କି ୨୧ ୱାର୍ଡ଼ ବିଶିଷ୍ଟ ଗୁଗୁରିଆ, ଉତରକୂଳ, ପିଁପୁର, ସାହସପୁର, ବିରିବନ୍ଧ , ମେହେନ୍ଦିପୁର ଓ ଚମ୍ପାକୁ ନେଇ ଗଠିତ ଏହି ପଂଚାୟତରେ ୫୩୦୦ ଭୋଟର ସେମାନଙ୍କ ପ୍ରତିନିଧି ଚୟନ କରିବାକୁ ଥିବାବେଳେ ଶୁଭାସିନୀ ଙ୍କ ବ୍ୟତିତ ଦେବଶ୍ରୀ ପ୍ରିୟଦର୍ଶିନୀ ଦାସ, ସସ୍ମିତା ବିଶ୍ୱାଳ, ରୁବି ମହାନ୍ତି , ମଂଜୁଲତା ବେହେରା ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.