କଳାହାଣ୍ଡି , ୧୦/୦୨/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲି ପଞ୍ଚାୟତ ଗହନା ମୁଣ୍ଡା ଗାଁ ର ରୋହିତ ହଂସ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଛନ୍ତି। ଗତକାଲି ସନ୍ଧ୍ୟାରେ ରେ ତାଙ୍କୁ ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଙ୍କ ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ରୋହିତ ହଂସ ମୂଷାପାଳି ଗ୍ରାମ ରୁ ପ୍ରଚାର ସାରି ବାଇକ ଯୋଗେ ନିଜ ଗାଁ ଗହନାମୁଣ୍ଡା କୁ ଫେରୁଥିବା ସମୟରେ ଅଧାବାଟ ରେ ୪ରୁ ୫ ଜଣ ମୁଖା ପିନ୍ଧା ଦୁର୍ବୁତ ଅଟକାଇ ଛୁରି ରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଚିକିତ୍ସାଳୟ କୁ ଆଣି ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ସଂକାଟାପନ୍ନ ଥିବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନନ୍ତର କରାଯାଇଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ରୁ ଓହରି ଯିବାକୁ ଅନ୍ୟ ଜଣେ ପ୍ରାର୍ଥୀ ଙ୍କ ଲୋକ ଙ୍କୁ ଲଗାଇ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ପଛରେ ତାଙ୍କ ହାତ ରହିଥିବା ସେ କହିଛନ୍ତି। ଓଡିଶା ସମାଚାର