Thursday , March 30 2023
Breaking News
Home / ଶିକ୍ଷା / ପୂର୍ବ ଘୋଷଣାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର- ଫେବୃଆରୀ ୧୪ରୁ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଛାତ୍ରଛାତ୍ରୀ ଆସିବେ ୨୮ ରୁ

ପୂର୍ବ ଘୋଷଣାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର- ଫେବୃଆରୀ ୧୪ରୁ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଛାତ୍ରଛାତ୍ରୀ ଆସିବେ ୨୮ ରୁ

ଭୁବନେଶ୍ୱର,୧୦/୦୨/୨୦୨୨ (ଓଡ଼ିଶା ସମାଚାର)- ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଫେବୃଆରୀ ୧୪ତାରିଖରେ ସ୍କୁଲ ଖୋଲିବ କିନ୍ତୁ ପଢ଼ିବାକୁ ଆସିବେନି ଛାତ୍ରଛାତ୍ରୀ । ୧୪ ପରିବର୍ତେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ସ୍କୁଲ ଆସିବେ । ୧୪ ତାରିଖରୁ ସ୍କୁଲ ଖେଢାଲିବ ଓ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ସ୍କୁଲକୁ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ୧୪ ତାରିଖରୁ ସ୍କୁଲ ଖୋଲିବ , ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବେ କିନ୍ତୁ ଛାତ୍ର ଛାତ୍ରୀ ପଢ଼ିବାକୁ ୨୮ ରୁ ଆସିବେ । ଓଡ଼ିଶା ସମାଚାର

Leave a Reply

Your email address will not be published.