Friday , August 19 2022
Breaking News
Home / ବିଶେଷ / ଡ୍ରାଇଭର ଟୁକୁନା ଭାଇଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡ୍ରାଇଭର ଟୁକୁନା ଭାଇଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର, ୧୦/୦୨/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁରରେ ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମର ଡ୍ରାଇଭର ଟୁକୁନା ପ୍ରଧାନଙ୍କୁ ତାଙ୍କ ଏକାଦଶ ଦିନରେ ଜଗତସିଂହପୁର ଜିଲ୍ଲା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘ(ଡ୍ରାଇଭର, କଣ୍ଡକ୍ଟଟର ହେଲ୍ପର)ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସାଧାରଣ ସମ୍ପାଦକ ଚକ୍ରବର୍ତ୍ତୀ ଓତା, ସହ ସମ୍ପାଦକ ଅଞ୍ଜନ ବେହେରା, ଦୀପକ ଲେଙ୍କା, କୋଷାଧ୍ୟକ୍ଷ ନିରଞ୍ଜନ ମହାନ୍ତି, ସଂଘ କମିଟିର ସଦସ୍ୟ ଉମାକାନ୍ତ ନାୟକ, ସୁକାନ୍ତ ମହାନ୍ତି, ଜ୍ୟୋତି ସଙ୍କର ନାୟକ, ସଚ୍ଚିକାନ୍ତ ପଣ୍ଡା, ସାଗର ଚନ୍ଦ୍ର ବାରିକ, ବିଶ୍ଵନାଥ ସାହୁ, ବିଶ୍ୱଜିତ ଭୋଇ, ବଂଶୀଧର ପରିଡ଼ା, ଅଶୋକ କୁମାର ସାହୁ ଯୋଗଦେଇଥିଲେ ଏବଂ ତାଙ୍କ ପରିବାର କୁ ସଂଘ ତରଫରୁ ସଂଘ ର ସମସ୍ତ ସଭ୍ୟ ମାନଙ୍କ ସାଯୋଗରେ ତାଙ୍କ ଧର୍ମ ପତ୍ନୀ ମମତା ପ୍ରଧାନ, ପୁତ୍ର ଯଶବନ୍ତ ପ୍ରଧାନ ଙ୍କ ଉପସ୍ଥିତିରେ ଏଗାର ହଜାରେ ଏକ ଶହ(୧୧୧୦୦) ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଛି। ସଂଘର ସଭାପତି ଶ୍ରମିକ ନେତା ଚିନ୍ମୟ ଦାଶ ସଂଘର ସଭ୍ୟ ମାନଙ୍କୁ ସାଧୁବାଦ ଓ ଧନ୍ୟବାଦ ଦେବା ସହ ଜଗତସଂହପୁର ଜିଲ୍ଲା ବସ ମାଲିକ ସଂଘ କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ସମସ୍ତେ ଏକ ହେଲେ ସବୁ ସୁକାର୍ୟ୍ୟ ସମ୍ଭବ ବୋଲି କହିଛନ୍ତି।ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.