କଟକ ସଦର, ୧୦/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) – ରାଜ୍ୟ ସରକାରଙ୍କ ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଅନୁବନ୍ଧିତ କଟକ ସ୍ୱାସ୍ଥ୍ୟ ଜିଲ୍ଲା ଅନ୍ତର୍ଗତ କିଶନନଗର ଠାରେ ଗଢି ଉଠିଥିଵା ଜୀଵନ ଜ୍ୟୋତି ନର୍ସିଂ ହୋମ କମ୍ ଦିନ ଭିତରେ ଉନ୍ନତ ମାନର ଚିକିତ୍ସା ସେଵା ଯୋଗାଇ ସଫଳତା ପଥରେ ଅଗ୍ରସର ହେଵାରେ ଲାଗିଛି। ଏଠାରେ ଅଭିଜ୍ଞ ବିଭିନ୍ନ ଵିଭାଗର ଡାକ୍ତର ମାନଙ୍କ ଦ୍ୱାରା ପ୍ରସୁତୀ, ଆପେଣ୍ଡଡାଇସିସ୍, ପାଇଲ୍ସ, ପରିସ୍ରା ଜନୀତ ରୋଗ ଭଳି ଆହୁରି ଅନେକ ଟିଉମର ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଵା ଜଣାଯାଇଛି। ଚିକିତ୍ସା କ୍ଷେତ୍ରରେ ଲୋକେ ଆଉ କଟକ ଭଳି ଅନ୍ୟ ସ୍ଥାନକୁ ନଯାଇ ମାଗଣାରେ ଏଠାରେ ଉନ୍ନତ ମାନର ଚିକିତ୍ସା ସେଵା ପାଇ ଉପକୃତ ହେଉଛନ୍ତି।ସରକାରଙ୍କର ଶୁଭ ଦୃଷ୍ଟି ଜଦି ଏହି ନର୍ସିଂ ହୋମ୍ ଊପରେ ରୁହନ୍ତା ତେଵେ ଏହାର ଭିତ୍ତିଭୂମି ଆହୁରି ଉନ୍ନତ ମାନର ହୋଇପାରନ୍ତା ଵୋଲି ନର୍ସିଂ ହୋମର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି । ଓଡ଼ିଶା ସମାଚାର
