କଳାହାଣ୍ଡି,୧୦/୦୨/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାର ଉତର ବନଖଣ୍ଡ ର ନର୍ଲା ରେଞ୍ଜ ଜାମପଡ଼ା ଚାଷ ଜମି ଠରେ ବିଦ୍ୟୁତ ତାର ସଂଷ୍ପର୍ଶ ରେ ଆସି ଏକ ମାଈ ହାତୀ ମୃତ୍ୟୁବରଣ କରିଛି । ବନ ବିଭାଗ ପକ୍ଷରୁ ରେଞ୍ଜର ପହଁଚି ତଦନ୍ତ ଜାରି ରଖିଛି । ତେବେଗତ ବର୍ଷ ଫେବୃଆରୀ ମାସରେ ଲଗାତର ୭ ଟି ହାତୀ ମୃତ୍ୟୁ ହୋଇ ସାରା ରାଜ୍ୟ ରେ ଚର୍ଚା ଲିଭି ନ ଥିବା ବେଳେ ପୁଣି କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ରେ ପୁଣି ମାଈହାତୀ ମୃତ୍ୟୁ ହୋଇଥିବା ଜଣା ଯାଇଛି । ମାଈ ହାତୀ ର ବୟସ ପାଖା ପାଖି ୨୦ରୁ୨୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି।ଓଡିଶା ସମାଚାର