ରଘୁନାଥପୁର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସମାଜସେବୀ ପୀତବାସ ପାଣିଗ୍ରାହୀଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ସେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢି ରଘୁନାଥପୁର ବ୍ଲକ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁ ସେବକାର୍ଯ୍ୟ କରୁଥିଲେ । ସେ ଜଣେ ଧର୍ମପ୍ରାଣ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ଏବଂ ସତ୍ୟସାଇ ସେବା ଅନୁଷ୍ଠାନର କର୍ମକର୍ତା ଭାବେ ରହି ଏ ଅଂଚଳରେ ଆଧ୍ୟାତ୍ମିକ ପ୍ରଚାର ପ୍ରସାର କରିଥିଲେ । ତାଙ୍କର ମର ଶରୀରକୁ କଟକ ଶ୍ମଶାନରେ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଶ୍ରୀନିବାସ ପାଣିଗ୍ରାହୀ ମୁଖାଗ୍ନୀ ଦେଇଥିବା ବେଳେ କନିଷ୍ଠ ପୁତ୍ର ସାଇପ୍ରକାର ପାଣିଗ୍ରାହୀ, ସହଧର୍ମିଣୀ ରଂଜିତ ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର
Check Also
ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …