Tuesday , August 16 2022
Breaking News
Home / ନିର୍ବାଚନ / ରାମଚନ୍ଦ୍ରପୁର ପଂଚାୟତରେ ବାପ – ପୁଅ ଲଢ଼େଇ

ରାମଚନ୍ଦ୍ରପୁର ପଂଚାୟତରେ ବାପ – ପୁଅ ଲଢ଼େଇ

ଗରଦପୁର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାମଚନ୍ଦ୍ରପୁର ପଂଚାୟତ ରେ ଏକ ରୋଚକ ସ୍ତିତି ଦେଖାଦେଇଛି । ଏହି ପଂଚାୟତରେ ମାତ୍ର ୧୧ ଟି ୱାର୍ଡ଼ ଥିବାବେଳେ ଏଠାରୁ ସରପଂଚ ପଦବୀ ପାଇଁ ୧୦ ଜଣ ନାମାଙ୍କନ ଦାଖଲ କରି ନିର୍ବାଚନ ରଣାଙ୍ଗନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏପରିକି ଏହି ପଂଚାୟତରେ ବାପ ପୁଅ ମଧ୍ୟ ସରପଂଚ ପଦବୀ ପାଇଁ ଦୌଡ଼ରେ ଅଛନ୍ତି । ଦିନକୁ ଦିନ ପ୍ରଚାର ପ୍ରସାର ସରଗରମ ହୋଇ ଆସୁଥିବାବେଳେ ଏହି ପଂଚାୟତର ୧୦ ଜଣ ପ୍ରାର୍ଥି ନିର୍ବାଚନ ଲଢ଼ୁଥିବା ବିଷୟ ସବୁଠି ଚର୍ଚ୍ଚାର ଖୋରାକ ଯୋଗାଇଛି । ଏହି ପଂଚାୟତରେ ରାମଚନ୍ଦ୍ରପୁର,କଉଡ଼ିଆ ବରାଇ, ଅଟାବୁହା, ଓ ପନ୍ଦିଆ, ପହଣା ରାଜସ୍ୱ ଗ୍ରାମର ମୋଟ୍ ୧୧ ଟି ୱାର୍ଡ଼ ରହିଛି । ପ୍ରାୟ ୩ ହଜାର ଭୋଟରଙ୍କୁ ନେଇ ଏହି ଛୋଟ ପଂଚାୟତଟି ଥିବାବେଳେ ପ୍ରତିଥର ପରି ଚଳିତ ନିର୍ବାଚନରେ ମଧ୍ୟ ରାନୈତିକ ଚର୍ଚ୍ଚା ଭିତରେ ରହିଛି । ସରପଂଚ ପଦବୀ ପାଇଁ ଅଧିକ ପ୍ରାର୍ଥି ଲଢ଼ିବା ବିଷୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇ ରହିଥିବାବେଳେ ପ୍ରଶାସନିକ ସ୍ତରରେ ଏହି ପଂଚାୟଟି ଏକ ସ୍ପର୍ଷକାତର ପଂଚାୟତ ଭାବରେ ଚିହ୍ନିତ ହୋଇଛି । ଏହି ପଂଚାୟତର ଅଧାରୁ ଅଧିକ ବୁଥ୍ ସମ୍ବେଦନଶିଳ ବୋଲି ପ୍ରଶାସନ ତାଲିକାଭୁକ୍ତ କରିଛି । ଉଲେଖନୀୟ ଏହିକି ଗତ ୨୦୧୭ ପଂଚାୟତ ନିର୍ବାଚନରେ ଏହି ପଂଚାୟତର ୨ ଟା ବୁଥ୍ ରେ ଗଣ୍ଡଗୋଳ ହୋଇ ଭୋଟ ବାକ୍ସ ପୋଖରୀକୁ ଫିଙ୍ଗା ଫୋପଡ଼ା ହୋଇଥିଲା । ଜିଲା ପ୍ରଶାସନର ହସ୍ତକ୍ଷେପରେ ପୁନର୍ବାର ଏଠାରେ ମତଦାନ କରାଯାଇଥିଲା । ଏପରିକି ଭୋଟ ବାକ୍ସ ଫିଙ୍ଗା ଫୋପଡ଼ା ଅଭିଯୋଗରେ ୧୫ ରୁ ଅଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ନିର୍ବାଚନ ଆଇନ୍ ଅନୁଯାୟୀ ଦୁଇ ଦୁଇଟା ପୋଲିସ କେଶ ରୁଜୁ ହୋଇଥିଲା । ଏହି ନିର୍ବାଚନରେ ସରପଂଚ ପଦବୀ ପାଇଁ ହିରଣ୍ୟ କୁମାର ସାହୁ, ଗଣେଶ୍ୱର କୁଣ୍ଡୁ, ଗୌରାଙ୍ଗ ନାୟକ, ଜଳଧର ମହାରଣା, ଶ୍ରୀମତୀ ନିର୍ମଳା ନାୟକ, ପ୍ରଜେଶ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ଦାଶ, ଶିବଚରଣ କୁଣ୍ଡୁ, ସେକ୍ସପିୟର ଦାସ, ସଞ୍ଜୟ ବେହେରା ପ୍ରମୁଖ ନାମାଙ୍କନ ଦାଖଲ କରି ଘରକୁ ଘର ବୁଲି ପ୍ରଚାର ଯୋରଦାର କରୁଛନ୍ତି । ଏହି ପଂଚାୟତର ରାଜନୈତିକ ବାତାବରଣ ଦିନକୁ ଦିନ ଉଷ୍ମ ଓ ଗମ୍ଭୀର ହୋଇ ଗଲାଣି । ଚା ଖଟି , ଦୋକାନ ବଜାର , ଗାଁ ମୁଣ୍ଡ ଛକରେ , ତାସ ଖଟିରେ ମଧ୍ୟ ପ୍ରାର୍ଥି ଙ୍କ ସମ୍ପର୍କରେ ଭୋଟର ମାନଙ୍କ ମଧ୍ୟରେ ଆଲୋଚନା ଜମିଲାଣି । ଅଧିକନ୍ତୁ ଏଠାରେ ବାପ ପୁଅ ଶିବଚରଣ କୁଣ୍ଡୁ ଓ ଗଣେଶ୍ୱର କୁଣ୍ଡୁ ମଧ୍ୟ ସରପଂଚ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଚଳିତ ନିର୍ବାଚନରେ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତର ସରପଂଚ ପଦବୀଟି ଅସଂରକ୍ଷିତ ରହିଛି । ସରପଂଚ ପାଇଁ ଦଳୀୟ ଚିହ୍ନ ନଥିଲେ ମଧ୍ୟ ଦଳର ନେତା ଅସନ୍ତୁଷ୍ଟ କର୍ମୀଙ୍କୁ ସନ୍ତୁଷ୍ଟ କରିନପାରିବାରୁ ଏପରି ସଂଖ୍ୟା ବଢିଥିବା କୁହାଯାଉଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.