Tuesday , August 9 2022
Breaking News
Home / ନିର୍ବାଚନ / ଭୋଟ ବର୍ଜନ ଚେତାବନୀ : ରାସ୍ତା ପାଇଁ ଅଡ଼ିବସିଲେ ଚାରି ଶହ ଭୋଟର

ଭୋଟ ବର୍ଜନ ଚେତାବନୀ : ରାସ୍ତା ପାଇଁ ଅଡ଼ିବସିଲେ ଚାରି ଶହ ଭୋଟର

ନିଶ୍ଚିନ୍ତକୋଇଲି,୦୯/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-ଦୀର୍ଘ ତିରିଶ ବର୍ଷରୁ ଉର୍ଧ୍ଵ ହେବ ପିଚୁ କିମ୍ବା ପକ୍କା ରାସ୍ତା ପାଇଁ ଦାବିହୋଇ ଆସୁଥିଲେ ସୁଦ୍ଧା, କେବଳ ନିର୍ବାଚନ ବେଳେ ପ୍ରତିଶ୍ରୁତିହିଁ ମିଳିଥାଏ  । ମାତ୍ର ନିର୍ବାଚନ ପରେ ନେତାଙ୍କ କଥା ପାଣିର ଗାର ।  ଏଥର ରାସ୍ତା ନାହିଁ ତ ଭୋଟ ନାହିଁ  । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଞ୍ଚାୟତ ଆଠ ନମ୍ବର ୱାର୍ଡ ବାସୀ ଏଭଳି ଚେତାବନୀ ଦେଇଛନ୍ତି ।  ଏହି ୱାର୍ଡ ର ଲୋକେ ଆଜାଦ ବଜାର ଠାରୁ ଡଅଂର ମୁହଁ ପର୍ୟ୍ୟନ୍ତ କେନାଲ ବନ୍ଧ ରାସ୍ତାରେ ବ୍ୟାନର ଝୁଲାଇ ଭୋଟ ବର୍ଜନ ପାଇଁ ପ୍ରତିବାଦ କରିଛନ୍ତି  । ଲୋକମାନେ ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତାନାହଁ ତ ଭୋଟ ନାହିଁ ଧ୍ୱନି ଦେଇ ପ୍ରାର୍ଥୀ ମାନଙ୍କୁ ଚେତାବନୀ ଦେଇଥିଲେ । ଉଲ୍ଲେଖନିୟଯେ ଏହି ରାସ୍ତାରେ ୪ଟି ପଞ୍ଚାୟତ ର ଲୋକେ ଯାତାୟାତ କରିଥାନ୍ତି  । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.