ରଘୁନାଥପୁର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ୨୮ନଂ ଯୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭଶ୍ରୀ ମହାନ୍ତି ତାଙ୍କର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ଅଭିଯାନ ଯୋରଦାର ଚଳାଇଛନ୍ତି । ଭାରତବର୍ଷର ୧ନଂ ନିଃଷ୍କଳଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଶତାଧିକ ଜନକଲ୍ୟାଣ ଯୋଜନା ଏବଂ ଐତିହାସିକ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା, ମୋ ସ୍କୁଲ ଯୋଜନା, ମୋ କଲେଜ ଯୋଜନା ଆଦି ଅନେକ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା ପ୍ରଚଳନ କରି ରାଜ୍ୟ ତଥା ଦେଶର ଜଣେ ଦକ୍ଷ ଜନପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି ଭୋଟର ମାନଙ୍କ ପାଖରେ ବିଜେଡି ଦଳର କାର୍ଯ୍ୟ ସଂପର୍କରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ସୂଚନା ଦେଉଚନ୍ତି । ସେଥିପାଇଁ ବିଜେଡି ୨୮ନଂ ଯୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବହୁ ଭୋଟରେ ବିଜୟୀ କଲେ ସେ ଏହି ଯୋନ୍କୁ ଜିଲ୍ଲାର ୧ନଂ ଯୋନ୍ ଭାବେ ଗଢି ତୋଳିବେ ବୋଲି ନିଜର ସଂକଳ୍ପ ଭୋଟର ମାନଙ୍କ ପାଖରେ ରଖୁଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀମତୀ ମହାନ୍ତି ଶିର୍ଲୋ, ମାଣପୁର, ଇଶାଣୀବ୍ରହ୍ମପୁର, ଶରପୁର, ଅଇନିପୁର, ବୋଦର, ଶିଉଳି, ବାଙ୍କଳ, କାଠୁଆଖଣ୍ଡ, ବ୍ରହ୍ମପୁର, ସାଧୁସାହି, ବ୍ରାହ୍ମଣଭୂଇଁ, ନେଉଟିଆକଣ, ବାବୁଜଙ୍ଗ, ମହମ୍ମଦପୁର, ମଣିଜଙ୍ଗ, ଉତରକୂଳ ଆଦି ଗ୍ରାମକୁ ଯାଇ ଘର ଘର ବୁଲି ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି । ଓଡ଼ିଶା ସମାଚାର
