Tuesday , August 16 2022
Breaking News
Home / ବିଶେଷ / ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ: ପରିବାର ପକ୍ଷରୁ ଥାନାରେ ଏତଲା: ପୋଲିସର ତଦନ୍ତ ଆରମ୍ଭ

ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ: ପରିବାର ପକ୍ଷରୁ ଥାନାରେ ଏତଲା: ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା,୦୯/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ମଙ୍ଗଳ ବାର  ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନଂ ଓ୍ବାର୍ଡ ନୁଆସାହି,ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬ ବର୍ଷ) ଟ୍ୟୁସନ୍ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲା । ଠିକ୍ ସମୟରେ ବଳରାମ ଘରକୁ ନଫେରିବାରୁ  ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ୍ ନଯାଇ କେଉଁଆଡ଼େ ଚାଲିଯାଇଥିବା ଶୁଣିବାକୁ ପାଇଲେ । ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ଥାନା କେସ୍ ନଂ ୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଓଡିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.