ରଘୁନାଥପୁର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)- ଜୟଶୋଳ ପଂଚାୟତରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ଦେବଦୀପ୍ତି ସେଠୀ ଆଜି ତାଙ୍କର ପ୍ରଚାର ଯୋରଦାର କରିଛନ୍ତି । ସରପଂଚ ପ୍ରାର୍ଥୀ ଶ୍ରୀମତୀ ସେଠୀ ତାଙ୍କର ସମର୍ଥକ ମାନଙ୍କୁ ନେଇ ଘର ଘର ବୁଲି ଭୋଟର ମାନଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଏହି ପଂଚାୟତକୁ ଜିଲ୍ଲାର ଶ୍ରେଷ୍ଠ ପଂଚାୟତ ଭାବେ ଗଢିତୋଳିବା ସହିତ ସରକାରଙ୍କର ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଥିବା ସମସ୍ତ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇ ଏହି ପଂଚାୟତର ଗରିବ ଅସହାୟ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ସେ ନିଜର ପ୍ରତିଶ୍ରୁତି ଭୋଟର ମାନଙ୍କ ପାଖରେ ରଖୁଛନ୍ତି । ତାଙ୍କ ସହିତ ସବିତା ସାମନ୍ତରାୟ, ସସ୍ମିତା ସେଠୀ, ଦୀପ୍ତିମୟୀ ସେନାପତି, ରୋଜାଲିନ ସେଠୀ, ଶୁକଲତା ଦାସ, ଅନୁସୟା ବେହେରା, ଭାରତୀ ରାଉତ, ଶାନ୍ତିଲତା ରାଉତ, ରଞ୍ଜୁଦେଇ, ମଣି ଦେଇ ସଞ୍ଜିବ ନାୟକ, ଅଜିତ ବେହେରା, ରଞ୍ଜନ ବେହେରା, ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ତାଙ୍କ ସହିତ ଯାଇ ଭୋଟର ମାନଙ୍କୁ ତାଙ୍କ ପାଇ ଭୋଟ ଭିକ୍ଷା କରୁଛନ୍ତି । ଏହି ପଂଚାୟତରେ ତାଙ୍କ ବିରୁଦ୍ଧରେ ସରପଂଚ ପ୍ରାର୍ଥୀ ଭାବେ ମମତା ଦାସ, ଲୋପାମୁଦ୍ରା ବେହେରା ନିର୍ବାଚନ ଲଢୁଛନ୍ତି । ଏହି ପଂଚାୟତରେ ସମୁଦାୟ ୧୪ ଗୋଟି ୱାର୍ଡର ୩୨୨୦ ଜଣ ଭୋଟର ସେମାନଙ୍କ ପ୍ରାର୍ଥୀ ଚୟନ କରିବେ । ଓଡ଼ିଶା ସମାଚାର