ଗରଦପୁର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ୧୦ ନମ୍ବର ଜିଲା ପରିଷଦ ଜୋନ୍ ରେ କଂଗ୍ରେସ ପକ୍ଷରୁ ସୁବାସ ଚନ୍ଦ୍ର ସାମଲ ନିର୍ବାଚନ ଲଢ଼ୁଛନ୍ତି । ଏହି ଜୋନ୍ ରେ ନଡ଼ିଅବରେଇ, ରାମଚନ୍ଦ୍ରପୁର,ତିକନପୁର,ସାନ ଅଢ଼ଙ୍ଗା, ବଙ୍ଗାଳପୁର ଓ ଭଗବାନପୁର ପଂଚାୟତ ର ୩୦ ହଜାର ରୁଦ୍ଧର୍୍୍ବ ଭୋଟର ଅଛନ୍ତି । ଏହି ଜୋନ୍ ର ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ନିଜ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି ସୁବାସ । ନିଜ ସମର୍ଥକ ମାନଙ୍କ ଗହଣରେ ଯାଇ କଂଗ୍ରେସର ନିର୍ବାଚନ ସଂକେତ କୁ ପ୍ରତି ଭୋଟର ମାନଙ୍କୁ ଚିହ୍ନାଇ ଭୋଟ ଭିକ୍ଷା କରୁଛନ୍ତି । ଏହି ନିର୍ବାଚନରେ ଅଂଚଳରେ ଦବଦବା ଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ପ୍ରାର୍ଥି ମାନଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ କରିଥିବାରୁ ବିଜୟ ଅନୁଗତଙ୍କୁ ହାତେଇବା ପାଇଁ ସୁବାସ ଙ୍କ ସମେତ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶା ସମାଚାର
