କଟକ ସଦର, ୦୯/୦୨/୨୦୨୨ (ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା)- କଟକ ସଦର ଵ୍ଲକ ଅନ୍ତର୍ଗତ ସଵୁ ଠାରୁ ଵଡ ପଞ୍ଚାୟତ ତଥା ୨୦ ଗୋଟି ୱ।ର୍ଡ ଓ ୮,୪୧୫ ଭୋଟରଙ୍କୁ ନେଇ କିଶନନଗର ପଞ୍ଚାୟରେ ଦୁଇ କୁ ଦୁଇ ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ମଧ୍ୟରେ ଲଢେଇ ଜୋରଦାର ହେଉଥିଵା ଦେଖା ଯାଉଛି।ଏଥି ସହିତ ବିଶ୍ୱାଳପଡା ଗ୍ରାମର ଦୁଇ ସରପଞ୍ଚ ପ୍ରାର୍ଥିନୀ ସରସ୍ଵତୀ ମଲ୍ଲିକ ଓ ସୁଜାତା ସେଠୀଙ୍କ ମଧ୍ୟରେ ଟକ୍କର ଯୋରଦାର ହେଉଥିବା ଉଭୟ ପ୍ରାର୍ଥିନୀଙ୍କ ପାଇଁ ନିର୍ବାଚନ ବୈତରଣୀ ପାରହେଵା ସମ୍ମାନର ପ୍ରଶ୍ନ ହୋଇଛି। ସେଥିପାଇଁ ଏଠାରେ ନିର୍ଵାଚନ ବ୍ୟୟବହୁଳ ହେଵାରେ ଲାଗିଛି। ସରସ୍ଵତୀ ମଲ୍ଲିକଙ୍କ ପାଇଁ ସ୍ୱ।ମୀ ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ୍ଲିକ ମଙ୍ଗ ଧରିଥିବା ବେଳେ ସୁଜାତା ସେଠୀଙ୍କ ପାଇଁ ଦିଅର ଉତ୍କଳ ଵିକାଶ ପରିଷଦର ସଦର ସଭାପତି ଇଂ ପ୍ରକାଶ ସେଠୀ ମଙ୍ଗ ଧରିଛନ୍ତି। ସେହିପରି ସମିତି ସଭ୍ୟା ଭାଵେ ସୁଭସ୍ମିତା ଦାସ ଓ ବାସନ୍ତୀ ଭୋଇ ନିର୍ବାଚନ ମଇଦାନକୁ ଓହ୍ଲେଇ ଥିଵା ଦେଖା ଯାଉଛି।ତେଵେ ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କର ଆଖି ଏହି ପଞ୍ଚାୟତ ଉପରେ ରହିଛି । ଓଡ଼ିଶା ସମାଚାର
